Advertisment

ଖୋର୍ଦ୍ଧାରେ ୪୦୦-ପୁରୀରେ ୩୫୦-ସୁନ୍ଦରଗଡରେ ୪୧୭-ବାଲେଶ୍ୱରରେ ୧୩୧ ଭିକ୍ଷୁକ

ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।

undefined

Nityanand Gond

Advertisment

ରାଜ୍ୟରେ ଭିକ୍ଷୁକଙ୍କ ପୁନର୍ବାସ ପାଇଁ ନିଆଯାଉଛି ପଦକ୍ଷେପ। ବିଭିନ୍ନ ସ୍ଥାନରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲାଯାଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପୁରୀ, ଖୋର୍ଦ୍ଧା, ବିଏମସି, ସିଏମସି, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନୁଗୁଳରେ ମୋଟ୍ ୧୯ଟି ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲା ଯାଇଛି।

Advertisment

ଏହାବାଦ୍ ଗଂଜାମ, ଢେଙ୍କାନାଳ, କେନ୍ଦୁଝରଠାରେ ପୁନର୍ବାସ କେନ୍ଦ୍ର ଖୋଲାଯିବା ନେଇ ମଂଜୁରୀ ପ୍ରଦାନ କରାଯାଇଛି। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଭିକ୍ଷୁକଙ୍କ ସଂଖ୍ୟା ୧୫୦ ଥିବାବେଳେ କଟକରେ ସଂଖ୍ୟା ରହିଛି ୪୦୦। ସେହିଭଳି ପୁରୀରେ ୩୫୦, ସୁନ୍ଦରଗଡରେ ୪୧୭,  ବାଲେଶ୍ୱରରେ ୧୩୧ ରହିଛି। ଗଂଜାମ, ଜଗତସିଂହପୁର, ଯାଜପୁର, ଦେବଗଡ, ବୌଦ୍ଧ, ମାଲକାନଗିରିରେ ମୂଳରୁ ଭିକ୍ଷୁକ ନଥିବା ତଥ୍ୟରୁ ସୂଚନା ମିଳିଛି। ତେଣେ ଭିକ୍ଷୁକ ଓ ଭିକ୍ଷାବୃତ୍ତି ଉପରେ ନିର୍ଭରଶୀଳ ପରିବାରର ସଦସ୍ୟଙ୍କ ପାଇଁ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।

ଅନ୍ୟପଟେ ବିଧାନସଭାରେ ଥମୁନି ରେଭେନ୍ସା ଝଡ଼ । ପୁଣିଥରେ ଶୁକ୍ରବାର ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ବିଜେଡି ବିଧାୟକ ବ୍ୟୋମକେଶ ତ୍ରିପାଠୀ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି । ଦାନା ବାନ୍ଧୁଛି ବିରାଟ ଆନ୍ଦୋଳନ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ ବ୍ୟୋମକେଶ ।

Advertisment

ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ । ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ବିରୋଧ କରୁଛନ୍ତି । ଟଙ୍କଧରଙ୍କୁ କାଉଣ୍ଟର କରିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ ପଚାରିଥିଲେ, ଆପଣ ମାନୁଛନ୍ତି କି ରେଭେନ୍ସା ନାଁ ପରିବର୍ତ୍ତନ ଅଫିସିଆଲ୍ ଷ୍ଟେଟମେଣ୍ଟ । କଟକବାସୀଙ୍କ ଭାବନା ସହ ଖେଳନ୍ତୁନି ବୋଲି କହିଥିଲେ ସୋଫିଆ ।

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ