Advertisment

'ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି'

ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ସ୍ଥିତିରେ ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି ।

ଅଦ୍ୟତନ ହୋଇଛି
Odisha DGP Visits Violence-Hit Bhadrak, Urges People To Ignore Social Media Posts

Police DGP

Advertisment

ଭଦ୍ରକ ଧାମନଗର ଥାନାରେ ସମୀକ୍ଷା ପରେ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜିଙ୍କ ଅପିଲ୍ । ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି । ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି ଖୁରାନିଆ ।

Advertisment

ପୋଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି । ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି । ପ୍ରଥମେ ଧାମନଗରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଆଲୋଚନା କରିଥିଲେ।ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ତିଆରି ସରିଛି କୋଠା; ୫ ବର୍ଷ ହେଲା ହୋଇପାରୁନି କାର୍ଯ୍ୟକ୍ଷମ!

ଏପଟେ ବର୍ତ୍ତମାନ ସୁଦ୍ଧା ଗିରଫଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଭଦ୍ରକରୁ ୧୦ ଜଣ ଏବଂ ଧାମନଗର ଥାନାରୁ ୧୭ଜଣଙ୍କୁ ଗିରଫ କରାଯାଇଛି। ପୂର୍ବଭଳି ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳ ଏବଂ ଦୋବଲ ଏହାର ଆଖପାଖ ଅଞ୍ଚଳରେ ବିଏନଏସ ଧାରା ଜାରି ରହିଛି।  ହେଲେ ଏସବୁ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। 

Advertisment

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଏକ ପ୍ଲାଟନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। 

Police Social Media Police DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ