Advertisment

Drinking Water: ଖରା ଆରମ୍ଭରୁ କଲବଲ କଲାଣି ପିଇବା ପାଣି ସମସ୍ୟା, ସେପଟେ ଖତ ଖାଉଛି ଷ୍ଟାଣ୍ଡପୋଷ୍ଟ

ବାଲେଶ୍ଵର ସହରର ବିଭିନ୍ନ ଜନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ପୌରପାଳିକାର ଜଳଛତ୍ର କଥା ନକହିବା ଭଲ। ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି । ବାଲେଶ୍ଵର ଜିଲ୍ଲା ସ୍କୁଲ୍ ନିକଟ, ଆଇଟିଆଇ ଛକ, ଫାଣ୍ଡି ଛକ, ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଏହି ଜଳଛତ୍ର ସବୁ ବସିଥିଲା।

ଅଦ୍ୟତନ ହୋଇଛି
ଖରା ଆରମ୍ଭରୁ ପିଇବା ପାଣି ସମସ୍ୟା

ଖରା ଆରମ୍ଭରୁ ପିଇବା ପାଣି ସମସ୍ୟା

Advertisment

ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ଵର ସହରକୁ କଲବଲ କଲାଣି ପାନୀୟ ଜଳ ସମସ୍ୟା । ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଶୁଖିଲା ପଡ଼ିଛି । ଧୀରେ ଧିରେ ତାତି ବଢିବା ସହ ପାଣି ଟୋପେ ପାଇଁ ଲୋକେ କଲବଲ ହେଲେଣି। ଏବେଠୁ ପ୍ରଶାସନ ନ ଚେତିଲେ ଏଥର ବି ଲୋକେ ଭୋଗିବେ ଜଳ ଯନ୍ତ୍ରଣା।

Advertisment

ବାଲେଶ୍ଵର ସହରରେ ଗ୍ରୀଷ୍ମ ଧିରେ ଧିରେ କାୟା ମେଲାଇଲାଣି। ତାପମାତ୍ରା ୩୪,୩୫ ରେ ବି ପହଞ୍ଚିଲାଣି ଆଉ ଆଗକୁ ପୁଣି ୪୦ ଟପିବ। ସକାଳ ୯ଟା ପରେ ଘରୁ ବାହାରିବା ଏବେ ମୁସ୍କିଲ ହୋଇଯାଉଛି । ପୁଣି ଆଗକୁ ବୈଶାଖ, ଜ୍ୟେଷ୍ଠ ଅଛି। ହେଲେ ଏହା ଭିତରେ ଜଳ ସମସ୍ୟାକୁ ନେଇ ସହରବାସୀ ଚିନ୍ତିତ। ବାଲେଶ୍ଵର ସହରର ବିଭିନ୍ନ ଜନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ପୌରପାଳିକାର ଜଳଛତ୍ର କଥା ନକହିବା ଭଲ। ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି ।ବାଲେଶ୍ଵର ଜିଲ୍ଲା ସ୍କୁଲ୍ ନିକଟ, ଆଇଟିଆଇ ଛକ, ଫାଣ୍ଡି ଛକ, ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଏହି ଜଳ ଛତ୍ର ସବୁ ବସିଥିଲା।

ହେଲେ ଏବେ ସେସବୁ ଅକାମୀ। କେଉଁଠି ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ଠେଲା ଗାଡି ଷ୍ଟାଣ୍ଡ ହେଇ ଗଲାଣି। ପୁଣି କେଉଁଠି ମଦ ବୋତଲରେ ଭର୍ତ୍ତି ହେଲାଣି ତ ଆଉ କେଉଁଠି କଳଙ୍କି ଲାଗି ନଷ୍ଟ ହୋଇ ଗଲାଣି।ଆଉ ଯେଉଁ ଗୋଟାଏ ଦୁଇଟି ସ୍ଥାନରେ ପାଣି ଟିକେ ବାହାରୁଚି ସେଠୀ ବି ସଫେଇ ନ ହୋଇ ଦୁର୍ଗନ୍ଧ ବାହାରୁଛି। ସହରର ଅଧିକାଂଶ ଜଳଛତ୍ରର ଅଵସ୍ଥା ଏବେ ଏମିତି ଥିବା ବେଳେ ଆଗାମୀ ଦିନରେ ସହରବାସୀ ପିଇବା ପାଣି ଟିକେ ପାଇଁ ବିକଳ ହେବେ ବୋଲି କହିଲେଣି।

Advertisment

ଲୋକେ ରାସ୍ତାଘାଟରେ ପାଣି ପାଇଁ ହଇରାଣ ହେଉଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପ୍ରକଳ୍ପ ଖତ ଖାଉଛି। ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ କିଛି ସ୍ଥାନରେ ଅସ୍ଥାୟୀ ଭାବେ ଜଳଛତ୍ର ଖୋଲା ଯିବ ବୋଲି କହିଛନ୍ତି ବାଲେଶ୍ଵର ପୌରପାଳିକାର କାର୍ଯ୍ୟକାରି ଅଧିକାରୀଣୀ । ସେହିପରି ରକ୍ଷଣା ବେକ୍ଷଣ ଠିକ୍ ସେ ହଉ ନଥିବାରୁ ବନ୍ଦ୍ ହୋଇ ପଡ଼ିଥିବା ଏହି ସବୁ ପାନୀୟ ଜଳ ପ୍ରକଳ୍ପ ସବୁ ମଧ୍ୟ ଆସନ୍ତା ସାତ ଦିନ ଭିତରେ ଠିକ୍ କରି ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

(ରିପୋର୍ଟ-ଚନ୍ଦ୍ରକାନ୍ତ ଜେନା, ବାଲେଶ୍ୱର)

Drinking Water Scarcity In Odishs This Summer Drinking Water Crisis In Odisha Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ