Advertisment

Padmanabhpur: ରାସ୍ତା ଅଛି କିନ୍ତୁ ଚାଲିକି ଯାଇ ପାରୁନାହାନ୍ତି ଲୋକେ....କାହିଁକି ଜାଣନ୍ତୁ

ଗାଁ ରାସ୍ତାରେ ଡ୍ରେନର ମଇଳା ପାଣି। ମାସ ମାସ ଧରି ପାଣି ଜମି ରହୁଛି। ମଶା ମାଛିଙ୍କ ଘର ପାଲଟିଛି ଜାଗା। ଏହି ରାସ୍ତାରେ ଲୋକେ ପ୍ରତିଦିନ ଯିବାଆସିବା କରୁଛନ୍ତି ।

VillageProblems

VillageProblems

Advertisment

ଗାଁ ରାସ୍ତାରେ ଡ୍ରେନର ମଇଳା ପାଣି। ମାସ ମାସ ଧରି ପାଣି ଜମି ରହୁଛି। ମଶା ମାଛିଙ୍କ ଘର ପାଲଟିଛି । ଏହି ରାସ୍ତାରେ ଲୋକେ ପ୍ରତିଦିନ ଯିବାଆସିବା କରୁଛନ୍ତି।  କଟକ ଜିଲ୍ଲା ବଡ଼ମ୍ୱା ବ୍ଲକ ପଦ୍ମନାଭପୁର ଗାଁ। ଗାଁର ୮, ୯ ଏବଂ ୧୦ ନଂ ଓ୍ବାର୍ଡରେ ଡ୍ରେନେଜ ସମସ୍ୟା ଲାଗି ରହିଛି। ପିରବଳ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଛି। ବର୍ତ୍ତମାନ ବର୍ଷା ଛାଡ଼ିଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ପାଣି ଜମିରହି ସମସ୍ୟା ସୃଷ୍ଟି କରୁଛି। ଗୋପପୁର ପଞ୍ଚାୟତ ଅଧିନରେ ଏହି ଗାଁ ଆସୁଥିଲେ ମଧ୍ୟ ଲୋକଙ୍କ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ।

Advertisment

ସେହିପରି ଗାଁର ହରିଜନ ସାହିକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ମାଟି କାଦୁଅ ରାସ୍ତାରେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି। ଡ୍ରେନେଜ ସମସ୍ୟାର ସମାଧାନ ପରାଇଁ ବିଭାଗୀୟ ଅଦିକାରୀ ଅର୍ଥ ମଞ୍ଜୁର କରିଥିବା ବେଳେ ତାର କାମ ଆରମ୍ଭ ହୋଇନଥିବାରୁ ଜନ ଅସନ୍ତୋଷ ବଢ଼ିଛି।

ସେହିଭଳି ରାସ୍ତା ସମସ୍ୟା ଥିବାରୁ ଜନ ଅସନ୍ତୋଷ ରହିଛି। ଏନେଇ ସରପଞ୍ଚ ପ୍ରତିନିଧି କହିଛନ୍ତି ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ପାଣ୍ଠିରୁ ଡ୍ରେନେଜ ପାଇଁ ୯ଲକ୍ଷ ୯୦ ହଜାର ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ପାଇଁ ପଞ୍ଚାୟତରୁ ଅର୍ଥ ମଞ୍ଜୁର ହୋଇଛି। ତୁରନ୍ତ କାମ ତ୍ବରାନିତ କରାଯିବ ।

Advertisment
Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ