Advertisment

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ୍ ଡିଜି ?

୩ ବରିଷ୍ଠ IPS ଅରୁଣ ରାୟ, ନରୱାଣେ ଓ ଖୁରାନିଆଙ୍କୁ ମଗାଗଲା ବାୟୋଡାଟା । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ବାୟୋଡାଟା ମାଗିବା ପରେ ବଢ଼ିଲା ଚର୍ଚ୍ଚା ।

undefined

DGP

Advertisment

ଖୁବ୍ ଶୀଘ୍ର ରାଜ୍ୟ ଦେଖିବ ନୂଆ ପୋଲିସ ମୁଖିଆ । ସ୍ଥାୟୀ ପୋଲିସ ଡିଜି ନିଯୁକ୍ତି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରାଜ୍ୟ ପୋଲିସ ମୁଖ୍ୟାଳୟ ମାଗିଲା ୩ ବରିଷ୍ଠ IPS ଅଫିସରଙ୍କ ବାୟୋଡାଟା । ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏସ.ଏମ. ନରବାଣେ ଓ ୧୯୯୦ ବ୍ୟାଚର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆଙ୍କୁ ସେମାନଙ୍କ ବାୟୋଡାଟା ଦେବାକୁ କହିଛି ରାଜ୍ୟ ପୋଲିସ ମୁଖ୍ୟାଳୟ।

Advertisment

ଏଇ ତିନି ବରିଷ୍ଠ ଆଇପିଏସଙ୍କ ଭିତରୁ ଅରୁଣ ରାୟ ଏବେ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ ପ୍ରେସରେ କାର୍ଯ୍ୟ କରୁଥିବା ବେଳେ ଏସ.ଏମ୍ ନରବାଣେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇ ସ୍ପେଶାଲ ବିଏସଏଫ ଡିଜି ଭାବେ କାର୍ଯ୍ୟ କରିବା ପରେ ପୁଣି ଓଡ଼ିଶା ଫେରିଛନ୍ତି ଖୁରାନିଆ। ତେଣୁ ବଢ଼ିଛି କଳ୍ପନାଜଳ୍ପନା।

ଗତ ନଭେମ୍ବରରେ ୭ ଜଣିଆ ଆଇପିଏସ ତାଲିକାକୁ ରାଜ୍ୟ ସରକାର ୟୁପିଏସିକୁ ପଠାଇଥିଲେ । ଯେଉଁଥିରେ ଥିଲା ୧୯୮୮ ବ୍ୟାଚର ଅରୁଣ କୁମାର ରାୟ , ୧୯୮୯ ବ୍ୟାଚର ବି ରାଧିକା, ଏ.ଏମ ପ୍ରସାଦ, ଏସ.ଏମ. ନରବାଣେଙ୍କ ନାଁ। ସେହିଭଳି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ, ସୁଧାଶୁଂ ଷଡଙ୍ଗା ଓ ୱାଇବି ଖୁରାନିଆଙ୍କ ନାଁ ବି ରହିଥିଲା। ଏହାରି ଭିତରେ ବି ରାଧିକା ଭିଆରଏସ୍ ନେଇସାରିଛନ୍ତି।

Advertisment

ତେଣୁ ଡିଜି ରେସରେ ଥିବା ୬ ଜଣଙ୍କ ତାଲିକା ଏବେ ୟୁପିଏସି ପାଖରେ ରହିଛି। କୁହାଯାଉଛି, ୟୁପିଏସି ପାଖରେ ଥିବା ତାଲିକାରୁ ଏହି ୩ ଅଧିକାରୀଙ୍କ ବାୟୋଡାଟା ଅସମ୍ପୂର୍ଣ୍ଣ ଥିବାରୁ ସେମାନଙ୍କ ପୂର୍ଣ୍ଣାଙ୍ଗ ବାୟୋଡାଟାର ଆବଶ୍ୟକତା ରହୁଛି। କିନ୍ତୁ ଚର୍ଚ୍ଚା ଅଧିକ ୱାଇ.ବି ଖୁରାନିଆଙ୍କ ନାଁକୁ ନେଇ। କାରଣ ମାର୍ଚ୍ଚ ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବା ବେଳେ ଦୁଇଦିନ ତଳେ ସେ କେନ୍ଦ୍ରୀୟ ଡେପୁଟେସନରୁ ଓଡିଶା କ୍ୟାଡରକୁ ବି ଫେରିଛନ୍ତି।

ଅନ୍ୟପଟେ ୬ ଜଣିଆ ତାଲିକାରୁ ସବୁଠୁ ବରିଷ୍ଠ ଅରୁଣ ରାୟଙ୍କ କାର୍ଯ୍ୟକାଳ ଆଉ ମାତ୍ର ୮ ମାସ ଥିବା ବେଳେ ନରବାଣେଙ୍କ ଅବସର ପାଇଁ ରହିଛି ଆଉ ୧୦ ମାସ ସମୟ।

Advertisment

୨୦୨୪ ଜାନୁଆରୀ ୧ ତାରିଖରୁ ରାଜ୍ୟର ଆଇନଶୃଙ୍ଖଳା ଭାର କାମଚଳା ଡିଜି ଅରୁଣ ଷଡଙ୍ଗୀଙ୍କ କାନ୍ଧରେ। ଏବେ ଅପେକ୍ଷା ତିନି ଆଇପିଏସ୍‌ଙ୍କ ପୂର୍ଣ୍ଣାଙ୍ଗ ବାୟୋ଼ଡାଟାକୁ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇବା ପରେ କେନ୍ଦ୍ର କେଉଁ 3 ଜଣଙ୍କ ନାଁ ସୁପାରିଶ କରୁଛି ଓ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଭାବେ କେଉଁ ନାଁ ଉପରେ ମୋହର ମାରୁଛନ୍ତି।

IPS DG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ