Advertisment

ଯୋଶଦାଙ୍କୁ ମିଳିଲା ନ୍ୟାୟ, କୋଳକୁ ଫେରିଲା କାହ୍ନା

ମାଆ ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା ଯଶୋଦା । କିନ୍ତୁ କାହ୍ନାକୁ ମାଆ କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ ।

Woman in Boudh

Woman in Boudh

Advertisment

କାହ୍ନାକୁ ଝୁରି ଝୁରି ଯାଶୋଦା ମା ଆଖିରୁ ଶୁଖୁନଥିଲା ଲୁହ। ନ ଖାଇ ନ ପିଇ ତାରି ଫଟୋକୁ ଦେଖି ଦିନ କାଟୁଥିଲା ସେ। ମା ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ସେ ତାର ଲାଳନ ପାଳନ କରିଥିଲା। କିନ୍ତୁ କାହ୍ନାକୁ ମା କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ। ସଫଳ ହେଲା ୧୦ମାସର ସଂଘର୍ଷ। ଶେଷରେ ଯୋଶୋଦା କୋଳକୁ ଫେରିଛି କାହ୍ନା।

Advertisment

ଜଣେ କୁଆଁରୀ ମାତାର ଅସହାୟତାକୁ ହୃଦୟଙ୍ଗମ କରି ତାର ଜନ୍ମିତ ଶିଶୁକୁ କୋଳେଇ ନେଇଥିଲେ ମନମୁଣ୍ଡା ଡାକ୍ତରଖାନାର ଏଇ ଷ୍ଟାଫ ନର୍ସ ବାସନ୍ତୀ ସାହୁ। ପିଲାଟିକୁ ନିଜର ବୋଲି ବାର୍ଥ ସାର୍ଟିଫିକେଟରେ ପଞ୍ଜିକରଣ କରିବା ସହ ସର୍ଭିସ ରେକର୍ଡରେ ନିଜ ଉତ୍ତରାଧିକାରୀ ଭାବେ ନୋମିନୀ ବି ରଖିଥିଲେ। ଶିଶୁଟିକୁ ବଡ ମଣିଷ କରିବା ପାଇଁ ଇଂରାଜୀ ମାଧ୍ୟମରେ ପାଠ ମଧ୍ୟ ପଢ଼ାଉଥିଲେ । ହେଲେ ପୁଅ ପାଇଁ ଏତେସବୁ କରିଥିବା ପ୍ରମାଣ ପାଇବା ସତ୍ତ୍ୱେ ପୋଲିସ ଓ CWC ବିନା କୌଣସି ଅଭିଯୋଗ ଆଧାରରେ ବାସନ୍ତୀଙ୍କୁ ପିଲା ଚୋରି କରିଥିବା ଅଭିଯୁକ୍ତ ସଜାଇ ଦେଲା। ଜୋରଜବରଦସ୍ତ ମା କୋଳରୁ ଛଡାଇନେଲା କାହ୍ନାକୁ। ତଥାପି ହାର ମାନି ନ ଥିଲେ ବାସନ୍ତୀ। ପୁଅକୁ ଫେରି ପାଇବା ପାଇଁ ଏକାକୀ ୧୦ ମାସ ଧରି ସଂଘର୍ଷ କରିଥିଲେ। ଶେଷରେ ତାଙ୍କୁ ନ୍ୟାୟ ମିଳିଛି। କାହ୍ନା ଆଜି ଯଶୋଦା କୋଳକୁ ଫେରିଛି।

ବହୁଚର୍ଚ୍ଚିତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଶିଶୁଚୋରି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଅଦାଲତ ମାମଲାରେ ପୋଲିସ ଓ ଶିଶୁ ମଙ୍ଗଳ କମିଟିର ଭୂମିକା ଓ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ କ୍ଷୋଭ ପ୍ରକାଶ କରିଛନ୍ତି। ଶିଶୁଟିକୁ ତାର ପାଳିତ ମା’କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ବୀରନରସିଂହପୁର ସ୍ଥିତ ଅନାଥ ଆଶ୍ରମରେ ରଖା ଯାଇଥିବା ଶିଶୁପୁତ୍ରକୁ ମା’ ବାସନ୍ତୀ ସାହୁଙ୍କୁ ହସ୍ତାନ୍ତର କରାଯାଇଛି।

Advertisment

ପୋଲିସ ଓ ଶିଶୁ ମଙ୍ଗଳ ଅଧିକାରୀଙ୍କ ଭୁଲ୍ ପାଇଁ ପିଲାଟି ମା ଠାରୁ ୧୦ ମାସ ଅଲଗା ହୋଇ ରହିଲା। ଯାହା ଫଳରେ ତାର ପାଠପଢ଼ାରେ ମଧ୍ୟ କ୍ଷତି ହୋଇଛି। ତେଣୁ ଭୁଲ କରିଥିବା ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ