ପ୍ରମିଳା-ସୁରମା ଟଣାଓଟରା । କିଏ ଭଲ ବାଚସ୍ପତି ? କହାକୁ ଜନତା ଓ ବିଧାୟକ ଭଲ କହିବେ ? ଜଣେ ବିଜେଡି ସରକାରରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆଉ ଜଣେ ଏବେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ଉଦ୍ୟମ କରୁଛନ୍ତି । ବିଜେଡିର ୨୪ ବର୍ଷ ଶାସନର ଶେଷ ପାଳିରେ ମିଳିଥିଲା ପ୍ରମିଳାଙ୍କୁ ବାଚସ୍ପତି ଦାୟିତ୍ୱ । ଜଣେ ମହିଳା ବାଚସ୍ପତି ଭାବେ ଗୃହ କାର୍ଯ୍ୟ ସେ ତୁଲାଉଥିଲେ । ହେଲେ ବିରୋଧୀଙ୍କ ପ୍ରତି ତାଙ୍କର ଟାଳଟୁଳ ନୀତି ପାଇଁ ତାଙ୍କୁ ଡାଲିମାଡ଼ ସହିବାକୁ ପଡ଼ିଥିଲା ।
Also Read
ସେପ୍ଟେମ୍ବର ୨୮ ତାରିଖ ୨୦୨୩ରେ ଏହି ଘଟଣା ଘଟିଥିବା ବେଳେ ସଙ୍ଗେସଙ୍ଗେ ବାଚସ୍ପତି ପ୍ରମିଳା ସେତେବେଳେ ସେତେବଳର ବିଧାୟକ ତଥା ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସପେଣ୍ଡ କରିଥିଲେ । ଆଉ ସେବେର ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବି ବହିଷ୍କାର କରିଥିଲେ କରିଥିଲେ ପ୍ରମିଳା ।
ଫେବୃୟାରୀ ୧୩ ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଏଥିରେ ରହିଛି ୨୮ଟି କାର୍ଯ୍ୟ ଦିବସ । ଆଉ ଏଥିପାଇଁ ବିରୋଧୀଙ୍କୁ ବାଚସ୍ପତି କଡ଼ା ଚେତାବନୀ ଦେଇଚନ୍ତି । ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି କହିଛନ୍ତି ସୁରମା ଯାହାକୁ ନେଇ ପ୍ରମିଳା ଏବେ ପୂରା ଖପ୍ପା । ସେଥିପାଇଁ ପ୍ରମିଳା ଏପରି ମନ୍ତବ୍ୟ ରଖିଛନ୍ତି । ତେବେ ବାଚସ୍ପତି ସୁରମାଙ୍କ ଏହି ନିଷ୍ପତ୍ତି ପରେ ପ୍ରମିଳାଙ୍କ ଏପରି ବୟାନ ଏବେ ସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି ।