Advertisment

ଶିଶୁକନ୍ୟାକୁ ନେଇ ମୁହାଁମୁହିଁ ! ପିଲା କାହାର, ଉତ୍ତର ନାହିଁ ?

ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡି.ସି.ପି.ୟୁ। ଶିଶୁକନ୍ୟା ଦୁଇଟି କୋଉଠୁ ଉଦ୍ଧାର ହେଲେ? କିଏ ଆଣିକି ଆସିଥିଲା? ଏ ସଂର୍ପକରେ ଡି.ସି.ପି.ୟୁଙ୍କ ପାଖରେ ନଥିଲା କୌଣସି ତଥ୍ୟ।

ଅଦ୍ୟତନ ହୋଇଛି
Trouble Mounts For DCPU and CWC Over Exact Rescue Point of Infant

New Born Children

Advertisment

ଶିଶୁକନ୍ୟାକୁ ନେଇ ସସପେନ୍ସ। ମୁହାଁମୁହିଁ ଡି.ସି.ପି.ୟୁ ଓ ସିଡବ୍ଳୁସି। ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡି.ସି.ପି.ୟୁ। ଶିଶୁକନ୍ୟା ଦୁଇଟି କୋଉଠୁ ଉଦ୍ଧାର ହେଲେ? କିଏ ଆଣିକି ଆସିଥିଲା? ଏ ସଂର୍ପକରେ ଡି.ସି.ପି.ୟୁଙ୍କ ପାଖରେ ନଥିଲା କୌଣସି ତଥ୍ୟ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ ଜିଲ୍ଲାରେ।

Advertisment

ସୂଚନା ମୁତାବକ ଗତ ୨୪ ତାରିଖ ଦିନ ୪ଟାରେ ଜିଲ୍ଳା ଶିଶୁ ମଙ୍ଗଳ ଅଧ୍ୟକ୍ଷଙ୍କୁ ଦୁଇ ଶିଶକନ୍ୟା ଉଦ୍ଧାର ହୋଇଥିବା ସୂଚନା ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ପ୍ରଥମେ ଚିକିତ୍ସା କରେଇବା ପାଇଁ କହିଥିଲେ ସି.ଡବ୍ଳୁ.ସି। ନିୟମ ମୁତାବକ ତା ପରଦିନ ସି.ଡବ୍ଳୁ.ସି ବା ଶିଶୁ ମଙ୍ଗଳ କମିଟି ଆଗରେ, ଶିଶୁଙ୍କୁ ଅନଲାଇନରେ ହାଜର କଲେ ଡି.ସି.ପି.ୟୁ। କିନ୍ତୁ ଉଦ୍ଧାର ଶିଶୁଙ୍କ ସଂର୍ପକରେ ତାଙ୍କ ପାଖେ କୌଣସି ତଥ୍ୟ ନଥିଲା। ଏପରିକି ପୋଲିସକୁ ସୂଚନା ବି ଦେଇନଥିଲେ ସେ।

ପଢନ୍ତୁ ଏହି ଖବର: ନିଜେ IPS ଅଧିକାରୀ, ତଥାପି ମିଳିନି ନ୍ୟାୟ; ସରକାରୀ ଜମି କିଣି ଫସିଲେ

Advertisment

ତେଣୁ ଏନେଇ ଆପତ୍ତି କରିଥିଲେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ ସଦସ୍ୟାମାନେ। ବିନା ତଥ୍ୟରେ ଆଇନଗତ ସମସ୍ୟା ସୃଷ୍ଟି ହେବ ବୋଲି ଡି.ସି.ପି.ୟୁଙ୍କୁ କହିଥିଲେ ବି ସେ ଶିଶୁଟିକୁ ରଖିବା ପାଇଁ ବାଧ୍ୟ କରିଥିଲେ। ଏପରିକି ଶିଶୁ ମଙ୍ଗଳ କମିଟିର ସଦସ୍ୟା ମାନଙ୍କୁ ଡି.ସି.ପି.ୟୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସେମାନେ।

ତେବେ ଗୁରୁତର ଦୁଇ ଶିଶୁକନ୍ୟା ଏବେ ଭୀମଭୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ହସପିଟାଲରୁ ବାହାରିଲା ପରେ, ଏମାନେ ରହିବେ କେଉଁଠି ? ଏମାନଙ୍କୁ ସୁରକ୍ଷା ଦେବ କିଏ ? କାରଣ ଉଦ୍ଧାର ଶିଶୁର ସୁରକ୍ଷା ଦାୟିତ୍ୱ ସି.ଡବ୍ଳୁ.ସିର। କିନ୍ତୁ କମିଟି କହୁଛି, ବିନା ତଥ୍ୟ ଓ ଦସ୍ତାବିଜରେ ଆମେ କିଛି କରିବୁ ନାହିଁ। ଏପଟେ ଡି.ସି.ପି.ୟୁ କହୁଛନ୍ତି ଏସବୁ କିଛି ଜରୁରୀ ନୁହେଁ। ଏନେଇ ଜିଲ୍ଳାପାଳଙ୍କ ଆଗରେ ଡି.ସି.ପି.ୟୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଶିଶୁ ମଙ୍ଗଳ କମିଟି। ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଳାପାଳ।

Advertisment

ପଢନ୍ତୁ ଏହି ଖବର: କାଳ ହେଲା କି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର; ଆଖିକୁ ନା ଦେଖାଯାଉଛି, ନା ରୋଗୀଙ୍କ ଯନ୍ତ୍ରଣା କମୁଛି

New Born Baby New Born Baby Rescue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ