Special Story: ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା...

କାହିଁକି ମରୁଛନ୍ତି ଏତେ ସଂଖ୍ୟକ କୁକୁଡା ?  ତେବେ ଏ ବାର୍ଡ ଫ୍ଲୁ  ନା ଅନ୍ୟ କିଛି ତାହା ଜଣାପଡ଼ିନଥିବା ବେଳେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ଟିମ୍‌ ସାମ୍ପଲ ପରୀକ୍ଷା କରୁଛି ।

Mysterious death of Chickens

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଯାହାର ଦୃଶ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ  । କାହିଁକି ମରୁଛନ୍ତି ଏତେ ସଂଖ୍ୟକ କୁକୁଡା ? କଣ ପାଇଁ ମରୁଛନ୍ତି ଏତେ କୁକୁଡା ? କଣ ହୋଇପାରେ କାରଣ  ?  ତେବେ ଏହା ବାର୍ଡ ଫ୍ଲୁ  ନା ଅନ୍ୟ କିଛି ତାହା ଜଣାପଡ଼ିନଥିବା ବେଳେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ଟିମ୍‌ ସାମ୍ପଲ ପରୀକ୍ଷା କରୁଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ବ୍ଳକ ତେଇଶପୁର ପଂଚାୟତରେ ଥିବା ଆବଲପୁର ଗାଁରେ । ଯେଉଁଠି ହଜାର ହଜାର ସଂଖ୍ୟକ କୁକୁଡ଼ା ମାତ୍ର କିଛି ମିନିଟ୍ ମଧ୍ୟରେ ମରି ଶୋଇଛନ୍ତି । 

ତେଇଶପୁର ପଂଚାୟତରେ ଥିବା ଅନେକ କୁକୁଡ଼ା ଚାଷୀଙ୍କ ଅବସ୍ଥା ଏଭଳି । ପ୍ରତି ମୁହୂର୍ତ୍ତରେ ଚାଷୀମାନେ ସେମାନଙ୍କ ଫାର୍ମରରୁ ମଲା କୁକୁଡ଼ା ବାହାର କରି ଗାତ ଖୋଳି ପୋତୁଛନ୍ତି । ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ଗାଁକୁ ଯାଇଥିବା ଟିମ୍ ରଚାଷୀମାନଙ୍କ ଠାରୁ ରୋଗ ସମ୍ପର୍କରେ ଗୋଟି ଗୋଟି କରି ବୁଝୁଛନ୍ତି । ବଞ୍ଚିଥିବା କୁକୁଡ଼ାମାନଙ୍କ ରକ୍ତ ମଳ ମୂତ୍ର ଏବଂ ପାଟିରୁ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଦୁଇଦିନ ମଧ୍ୟରେ କୁକୁଡ଼ା ଗୁଡ଼ିକର ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କୁହାଯାଉଛି । 

କୁକୁଡ଼ା ଚାଷ କରୁଥିବା ଚାଷୀଙ୍କ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ ଯେଉଁ ମାନଙ୍କର ଚାଷ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।