Advertisment

ଚାଷଜମିରେ କୁଢ଼ କୁଢ଼ ପାଉଁଶ ଦେଖି ଚାଷୀ ମୁଣ୍ଡରେ ଚଡ଼କ

ପାହାଡ଼ରେ ପରିଣତ ହୋଇଛି ଚାଷଜମି। ପାଉଁଶରେ ପୋତି ହୋଇଛି ଚାଷୀର ଜୀବିକା। ଚାଷଜମିରେ ପାଉଁଶ ଗଦା କରୁଛନ୍ତି ମାଫିଆ।

ଅଦ୍ୟତନ ହୋଇଛି
Mafia Exploits Cultivated Land for Ash Mining

Mafia Exploits Cultivated Land for Ash Mining

Advertisment

ପାହାଡରେ ପରିଣତ ହୋଇଛି ଚାଷଜମି। ପାଉଁଶ ଆସ୍ତରଣରେ ପୋତି ହୋଇ ଗଲାଣି ଧାନଜମି। ସମ୍ବଲପୁର ରେଙ୍ଗାଲି ତହସିଲ ଅନ୍ତର୍ଗତ ତବଡାବାହାଲ ଗାଁରେ ଏହା ଦେଖିବାକୁ ମିଳିଛି। ଚାଷୀ ମାନଙ୍କର ଅଭିଯୋଗ, ଜମି ନିକଟରେ ପାଉଁଶ ଗଦା କରୁଛନ୍ତି ମାଫିଆ। ପାହାଡ ଭଳି କୁଡ କୁଡ ପାଉଁଶ ଗଦା ହୋଇ ରହିଛି। କେବଳ ଜମି ନୁହେଁ, ଗାଁର ନାଳ ଓ ଜଳାଳୟରେ ବି ଏହି ପାଉଁଶ ଜମା ହେଉଛି। ଫଳରେ ଲୋକଙ୍କୁ ଚର୍ମରୋଗ ହେଉଛି। ସେହିପରି ଚାଷଜମିରେ ଏହି ବିଷାକ୍ତ ପାଉଁଶ ମିଶିବା ଦ୍ୱାରା ଜମିର ଉର୍ବରତା ନଷ୍ଟ ହେଉଛି ।

Advertisment

ଗାଁ ଲୋକଙ୍କ କହିବା ଅନୁସାରେ ସେମାନେ ଦିନ ସମୟରେ ଜଗୁଛନ୍ତି, ତେଣୁ ବିଳମ୍ବିତ ରାତିରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଶିଳ୍ପାଂଚଳରୁ ନିର୍ଗତ ପାଉଁଶକୁ ଟ୍ରାନସପୋର୍ଟର ମାନେ ଏଠାରେ ଆଣି ପକାଉଛନ୍ତି।

ଏପଟେ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ବୋଲି କହିଛନ୍ତି ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ। ତବଡାବାହାଲର ଯେଉଁ ସ୍ଥାନରେ ପାଉଁଶ ପକାଯାଉଛି, ତାହା ବେଆଇନ ଓ ଅନଧିକୃତ। ସେଠାରେ ପାଉଁଶ ପକାଇବା ପାଇଁ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗ କୌଣସି ପ୍ରକାର ଅନୁମତି ଦେଇନାହିଁ ବୋଲି ସେ କହିଛନ୍ତ। ତେବେ ଏନେଇ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ, ଅଭିଯୋଗର ଅନୁସନ୍ଧାନ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ