Explore the Extraordinary Lathi Yatra
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ ଦେହରେ ଆସନ୍ତି ଠାକୁରାଣୀ । ଏମାନେ ଯେତିକି ସରଳ ତା’ ଠାରୁ ବି ଏମାନଙ୍କ ବିଶ୍ବାସ ଆହୁରି ଅଗାଢ଼ ।
ପାର୍ବଣରେ କୋରାପୁଟର ଆଦିବାସୀଙ୍କ ପରମ୍ପରା ନିଆରା । ନୂଆ ଧାନକୁ କୁଟି ଚରୁ ପ୍ରସ୍ତୁତ କରି, ଘରେ ଥିବା ସମସ୍ତ ଚାଷ ଉପକରଣ ଓ ଅସ୍ତ୍ରଶସ୍ତ୍ରକୁ ପୂଜା କରନ୍ତି । ପରେ ସମସ୍ତ ଲୋକ ଗାଁ ହୁଣ୍ଡି ଦେବତାଙ୍କୁ ପୂଜାର୍ଚ୍ଚନା କରି ଶୁଭ ମନାସନ୍ତି । ରାଜବିଧି ପାଳନ କରିବା ହେଉଛି ଏମାନଙ୍କ କର୍ତ୍ତବ୍ୟ । ଗାଁରେ ଥିବା ବାଉଁଶ ବୁଟାକୁ ପୂଜା କରି ସଳଖ ଥିବା ବାଉଁଶ ଲାଠି ସଂଗ୍ରହ କରନ୍ତି । ହୁଣ୍ଡି ଦେବତାଙ୍କ ନିକଟରେ ପୂଜା କରାଯାଇ ଗ୍ରାମବାସୀ ମିଳିତ ହୋଇ ବାଜା ବାଇଦ ସହ ଲାଠିଧରି ପ୍ରତୀକ ଭାବେ କୋରାପୁଟ ସହରକୁ ଆସନ୍ତି।
ଜନଜାତିଙ୍କ ବିଶ୍ୱାସ ଓ ଆସ୍ଥା ହେଉଛନ୍ତି ମା’ ବନ ଦୁର୍ଗା । ପ୍ରତ୍ୟେକ ଗାଁରୁ ଏଇଠିକୁ ଆସେ ଲାଠି । ଏଠାରେ ଦଶହାରେ ସ୍ୱତନ୍ତ୍ର ପୂଜା କରାଯାଏ । ଶହ ଶହ ଭକ୍ତଙ୍କ ଏଠାରେ ସମାଗମ ହୁଏ । ଆଉ ମା’ଙ୍କ ଆଶୀର୍ବାଦ ପାଇଁ ଏଠି ଜମେ ଭିଡ଼ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728890769.jpg)