Special Story: ଜେଜେ ମା’ର କୋହ... ପରିବାରକୁ ଦାନା ଦେଉଥିବା ଲୋକଟି ତ ଚାଲିଗଲା, ଆମେ ବଂଞ୍ଚିବୁ କେମିତି ?

ଜଣେ ଜେଜେ ମା’ର କୋହ ଭରା ମନର କଥା । ଯେଉଁ ରୋଜଗାରିଆ ନାତିଟା ତା’ର ଘର ଚଳାଉଥିଲା । ଭାଇ ଭଉଣୀଙ୍କ ପାଠପଢ଼ା କଥା ବୁଝୁଥିଲା । ଆଉ ସମସ୍ତଙ୍କ ପେଟକୁ ଦୁଇ ଓଳି ଦୁଇ ମୁଠା ଦାନା ଦେଉଥିଲା ସେ ଆଜି ନାହିଁ । ପରିବାରକୁ ଅନ୍ଧାର କରି ସବୁଦିନ ପାଇଁ ଶୋଇଯାଇଛି ।

Special Story

କୋଳରେ ଦେଢ଼ ବର୍ଷର ଝିଅ... ବାହାଘରକୁ ବି ୫ ବର୍ଷ ପୂରିନି । ହେଲେ ମଥାରୁ ଲିଭିଗଲା ସିନ୍ଦୂର । ବିଧାତା ଯେ ଏତେ କମ୍‌ ଦିନ ପାଇଁ ସୁଖ ଲେଖିଥିଲା କେହିବି କଳ୍ପନା କରିନଥିଲେ । ଆଉ ସେଥିପାଇଁ ସ୍ବାମୀଙ୍କ ମୃତଦେହ ନିକଟରେ ଛାତି ବାଡ଼ାଇ କାନ୍ଦୁଛି ସ୍ତ୍ରୀ । ଯାଜପୁର ପାଣିକୋଇଲି ଗୁଳିକାଣ୍ଡ ଘଟଣା । ଦିନ ସିନା ଗଡ଼ି ଚାଲିଛି । ହେଲେ ଏ ଦୁଇ ପରିବାରର ଦୁଃଖ ଯେମିତି ବଢ଼ିଚାଲିଛି । ଜଣେ ବିଧବା ମା’ ତା’ ପୁଅକୁ ହରାଇଛି । ଆଉ ଜଣେ କେଇଦିନ ସ୍ୱାମୀଙ୍କ ସହ ସଂସାର କରିବା ପରେ ସିନ୍ଦୂର ତା’ ର ପୋଛି ହୋଇଯାଇଛି । ଏ ଦୁଇ ପରିବାର ପାଇଁ ସବୁ ଯେମିତି ଏଠି ଶେଷ ହୋଇଛି ।

ପରିବାରର ଗୋଟିଏ ପୁଅ ଥିଲେ ସୁନିଲ । ବାପା ମା’ ଓ ସାଙ୍ଗସାଧୀ ମାନଙ୍କ ପାଇଁ ସେ ବେଶ୍‌ ଭଲ ପୁଅଥିଲେ । ଆଉ ସ୍ୱାମୀ ହିସାବରେ ବି ସେ ବହୁତ ଭଲ ଥିଲେ । ସଂସାରଟା ଖୁବ୍‌ ଭଲରେ ଚାଲିଥିଲା । ହେଲେ କହାର ନଜର ଯେମତି ପଡ଼ିଲା ଭଳି ମାତ୍ର କିଛି ମିନିଟ୍‌ ଭିତରେ ସବୁ କିଛି ଏପଟ ସେପଟ ହୋଇଗଲା । ଗୁଳିକାଣ୍ଡରେ ସୁନିଲ ପ୍ରାଣ ହରାଇଲେ । ଆଉ ଏ ପରିବାରଟା ହୋଇଗଲା ଅନାଥ ।

ଯେହେତୁ ୨ ଜଣ ଯାକ ପରିବାରରେ ଏକାକୀ ରୋଜଗାରକ୍ଷମ ଥିଲେ ସେଥିପାଇଁ ଉଭୟଙ୍କ ପରିବାରକୁ ନିଯୁକ୍ତି ଓ ସାହସିକତା ପୁରସ୍କାର ପାଇଁ ଦାବି କରିଛନ୍ତି ପରିବାର ଲୋକେ। ଯେଉଁଠି ପୋଲିସ ଧରି ପାରିଲା ନାହିଁ ଏମାନଙ୍କ ସାହସିକତା ପାଇଁ ୨ ଅପରାଧୀ ଧରା ପଡିଲେ ।