Special Story: ତିଆରି ସରିଛି କୋଠା; ୫ ବର୍ଷ ହେଲା ହୋଇପାରୁନି କାର୍ଯ୍ୟକ୍ଷମ ! 

ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍‌ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।

Doppler Radar System

ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍‌ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ସେପଟେ ଭଡ଼ାଘରେ ଚାଲିଛି ବାଲେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ର। ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରୁ ପାଣିପାଗ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇ ଭୁବନେଶ୍ବର ସ୍ଥିତ IMD ବିଭାଗକୁ ପଠାଯାଉଛି । କିନ୍ତୁ ଏହା ଦୀର୍ଘ ବର୍ଷ ଧରି ଭଡ଼ା ଘରେ ଚାଲିଆସୁଥିବାବେଳେ ଘରର ଅବସ୍ଥା ମଧ୍ୟ ସଂଗୀନ ହୋଇପଡ଼ିଲାଣି । ଛାତ ଖସି ରଡ୍‌ ଦେଖାଗଲାଣି । କେତେବେଳେ କ’ଣ ଯେ ଘଟିବ କାହାକୁ ଜଣାନାହିଁ । 

ଏଠାରେ ଅତ୍ୟାଧୁନିକ ସରଞ୍ଜାମ ନ ଥିବା ଫଳରେ ସଠିକ୍‌ ତଥ୍ୟ ସଂଗ୍ରହରେ ସମସ୍ୟା ସୃଷ୍ଟି ହେଉଛି । ଯାହାଦ୍ୱାରା ଲୋକଙ୍କ ନିକଟରେ ଉପଯୁକ୍ତ ସମୟରେ ସୂଚନା ପହଞ୍ଚି ପାରୁନାହିଁ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓ ଡୋପଲାର ରାଡାର ପ୍ରତିଷ୍ଠା ପାଇଁ ୨୦୧୯ରେ ୩କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ କରାଯାଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ସରକାରୀ ଉଦାସିନତା ଯୋଗୁ ଲୋକଙ୍କୁ ସୂଚନା ଦେବାରେ ବିଭାଗ ବିଫଳ ହେଉଛି । ଆଉ ଏବେ କୁହାଯାଉଛି ନଭେମ୍ବର ସୁଦ୍ଧା କାମ ସରିଲା ପରେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହୋଇପାରେ ।

ତେବେ ଦୀର୍ଘ ୫ ବର୍ଷ ଧରି ଅଲୋଡ଼ା ହୋଇପଡ଼ିଥିବା ଏହି ଘର ବାସ୍ତବରେ କେବେ ଲୋକଙ୍କ ସେବାରେ ଲାଗିବ ତା’କୁ ଦେଖିବାକୁ ବାକି ରହିଲା ।