Advertisment

Special Story: ଦେଓମାଳି ବୁଲିବାକୁ ଯାଉଥିଲେ ସାବଧାନ; ବାଟରେ ଜଗିଛି ଯମ !

କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଦେଓମାଳିକୁ ଆସୁଛନ୍ତି। ହେଲେ କୁନ୍ଦୁଲି ହାଟ ଠାରୁ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତାକୁ ଦେଖି ସେମାନେ ମୁହଁ ଫେରୁଛନ୍ତି।

ଅଦ୍ୟତନ ହୋଇଛି
Deomali Road

Deomali Road

Advertisment

ଆଗକୁ ପାର୍ବଣ ଋତୁ ସମେତ ପର୍ଯ୍ୟଟନ ଋତୁ ଆସୁଛି। ଏହି ସମୟରେ କୋରାପୁଟ ଜିଲ୍ଲାକୁ ଲକ୍ଷାଧିକ ପର୍ଯ୍ୟଟକ ସୁଅ ଛୁଟେ। କୋରାପୁଟ ବୁଲିବାକୁ ଆସୁଥିବା ପ୍ରତି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଦେଓମାଳି । କାରଣ ଏହା ଓଡ଼ିଶାର ସର୍ବୋଚ୍ଚ ଗିରିସୃଙ୍ଗ ହୋଇଥିବା ବେଳେ ଏଠାକାର ପ୍ରାକୃତିକ ପରିବେଶ ଅତି ମନଲୋଭା। ଏହି ସ୍ଥାନକୁ ଭୁସ୍ବର୍ଗ ବୋଲି ବିବେଚିତ କରାଯାଏ। ଗତବର୍ଷ ଏଠାକୁ ପ୍ରାୟ ସାଢେ ୪ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ଦ୍ଵିଗୁଣିତ ହେବ ବୋଲି ଆଶା କରାଯାଉଛି। ହେଲେ ଦେଓମାଳିର କଦର୍ଯ୍ୟ ରାସ୍ତା ପର୍ଯ୍ୟଟକଙ୍କ ମନ ଭାଙ୍ଗି ଦେଉଛି।

Advertisment

କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଦେଓମାଳିକୁ ଆସୁଛନ୍ତି। ହେଲେ କୁନ୍ଦୁଲି ହାଟ ଠାରୁ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତାକୁ ଦେଖି ସେମାନେ ମୁହଁ ଫେରୁଛନ୍ତି। ଏହି ରାସ୍ତାରେ ବଡ ବଡ ଗର୍ତ୍ତ ହୋଇଥିବା ବେଳେ ଦୁର୍ଘଟଣାର ଭୟ ମଧ୍ୟ ରହୁଛି। କେବଳ ଏହି ରାସ୍ତା ନୁହଁ ଦେଓମାଳି ଉପର ରାସ୍ତା ମଧ୍ୟ ମରାମତି ଅଭାବରୁ ଯିବା ଆସିବା ଅସମ୍ଭବ ହୋଇ ପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ଓ ପୋଟାଙ୍ଗି ବିଧାୟକ ।

ସେପଟେ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଦେଓମାଳି ରାସ୍ତା ଅତ୍ୟନ୍ତ ଖରାପ ଥିବା ସ୍ୱିକାର କରିଛନ୍ତି। ହେଲେ ଏହା ପର୍ଯ୍ୟଟନ ବିଭାଗର କାମ ନାହିଁ ତାହା ଜିଲ୍ଲା ପ୍ରଶାସନର, ଏଣୁ ଏ ବିଷୟ ସେ ଲିଖିତ ଭାବେ ଜଣାଇଦେବେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି ।

Advertisment

ଦେଓମାଳିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରବେଶ ଶୁକ୍ଳ ଦିଅନ୍ତି। ପଟାଙ୍ଗି ବ୍ଲକ୍ ପ୍ରଶାସନ ନିର୍ଦ୍ଦେଶରେ କୋଟିଆ ପଞ୍ଚାୟତ ଏହି ଶୁଳ୍କ ଆଦାୟ କରୁଛି। ହେଲେ ଏହି ସ୍ଥାନର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ହେଲେ ଏହି ପର୍ଯ୍ୟଟନ ଋତୁ ପୂର୍ବରୁ ଭଙ୍ଗା ଦଦରା ରାସ୍ତା ମରାମତି ହେବ କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଇଛି।

Tourist Deomali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ