Advertisment

Special Story: ବାପା ମା’ଙ୍କୁ ଏକାଠି କରିବାକୁ କୁନି ପୁଅର ପ୍ରୟାସ; ହାତଯୋଡି କଲା ଆକୁଳ ନିବେଦନ...

କୁନି ପୁଅର ନିଆରା ପ୍ରୟାସ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ହାତଯୋଡି କରୁଛି ଆକୁଳ ନିବେଦନ । ଦୟାକରି ମୋ ବାପାଙ୍କୁ ଫେରାଇ ଆଣ...

ଅଦ୍ୟତନ ହୋଇଛି
Special Story

Special Story

Advertisment

ବାପା ମାଆଙ୍କୁ ଏକାଠି କରିବାକୁ କୁନି ପୁଅର ପ୍ରୟାସ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସେ ହାତଯୋଡି କରୁଛି ଆକୁଳ ନିବେଦନ । ଦୟାକରି ମୋ ବାପାଙ୍କୁ ଫେରାଇ ଆଣ । ତାଙ୍କ କଥା ମୋର ବହୁତ ମନେ ପଡୁଛି । ଯାହାର ଭିଡ଼ିଓ ଦେଖିଲେ ହେବେ ଭାବବିହ୍ବଳ । 

Advertisment

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କବୀରପୁର ଗାଁର ତୃତୀୟ ଶ୍ରେଣୀର ଛାତ୍ର ଡ଼ିଏସ ଆଲିସାନ। ତାଙ୍କ ବାପା ଦିଲ୍ଲୀପ କୁମାର ବେହେରା ଓ ମାଆ ସସ୍ମିତା ମହାନ୍ତି ହେଉଛନ୍ତି ଶିକ୍ଷକ। ବାପା ୧୦ ବର୍ଷ ହେଲା ବଲାଙ୍ଗୀର ଗୁଡଭେଲ୍ଲା ବ୍ଲକ କମାସିଙ୍ଗା ପ୍ରାଇମେରୀ ସ୍କୁଲର ଶିକ୍ଷକ  ।  ମା’ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ମଧୁସୂଦନପୁର କାମିନୀ କୁମାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ମାନେ ଘରଠାରୁ ପାଖାପାଖି ୭୦୦ କିମି ଦୂରରେ ରୁହନ୍ତି ଦିଲ୍ଲୀପ । ତେଣୁ ପୁଅ ପାଖକୁ ମାସରେ ଥରେ ଆସିବା ମଧ୍ୟ କଷ୍ଟକର ହୋଇପଡେ। ସେଥିପାଇଁ ପୁଅ ଆଲିସାନର ମନରେ ଅନେକ ଦୁଃଖ । ତେଣୁ ସରକାରଙ୍କୁ ଦିଲ୍ଲୀପଙ୍କ ବଦଳି କରିବାକୁ ହାତଯୋଡି ନିବେଦନ କରିଥିଲେ ଆଲିସାନ। ଯାହା ଖୁବ୍‌ ଭାଇରାଲ ହୋଇଥିଲା ।

ଦିଲ୍ଲୀପ ୧୧ମାସ ପୂର୍ବରୁ ସରକାରଙ୍କୁ ବଦଳି ପାଇଁ ନିବେଦନ କରିଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ନିୟମ ଅନୁସାରେ ପାରିବାରିକ, ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ବଦଳି ହୋଇପାରିବ କିନ୍ତୁ ତାହା ସମ୍ଭବ ହୋଇନାହିଁ । ଏପଟେ ପୁଅ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ପୁଅ ଭିଡ଼ିଓ ଦେଖି ସେ ମଧ୍ୟ କଷ୍ଟ ପାଉଛନ୍ତି । 

Advertisment

ତେଣୁ ରାକ୍ଷୀପୂର୍ଣ୍ଣିମା ଦିନ ଉଭୟ ଦମ୍ପତି ପୁଅକୁ ଧରି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କୁ ଭେଟିଥିଲେ। ନିଜ ଦୁଃଖ ଜଣାଇବା ସହିତ ରାକ୍ଷୀ ବାନ୍ଧି ତାଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଆଉ ପୁଅ ଆଲିସାନ ମଧ୍ୟ ବିଧାୟକଙ୍କୁ ଏକ ଦରଖାସ୍ତ ଦେଇଥିଲେ। ପରେ ବିଧାୟକ ତାଙ୍କୁ ପ୍ରତିଶୃତି ଦେବାସହ କହିଥିଲେ ଏକଥାକୁ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଯଥାସମ୍ଭବ ସହଯୋଗ କରିବେ । ଆମେ ଆଶା କରୁଛୁ ଆଲିସାନଙ୍କ ପାଖକୁ ଖୁବଶୀଘ୍ର ଫେରିଆସିବେ ତାଙ୍କ ବାପା। 

Special Story Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ