Advertisment

Kidney Transplant: ପୁଅଠି ଲାଗିବ ବାପାଙ୍କ କିଡନୀ,ହେଲେ ଅର୍ଥ ସାଜିଛି ବାଧକ

ଭେଣ୍ଡିଆ ପୁଅକୁ ବିଛଣାରେ ଏ ଅବସ୍ଥାରେ ଦେଖି ମାଆର ଛାତି ଫାଟିଯାଉଛି। ଦୁଆର ଦୁଆର ବୁଲି କାନି ପାତି ଭିକ ମାଗୁଛନ୍ତି।

ଅଦ୍ୟତନ ହୋଇଛି
Youth Needs Your Help

Youth Needs Your Help

Advertisment

୭୧ ବର୍ଷରେ ବି ବୁଢାବାପାଟି କିଡନୀ ଦେବାକୁ ରାଜି। ମାତ୍ର କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ। କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେଲେ ୩୫ ଲକ୍ଷ ଟଙ୍କା ଦରକାର।

Advertisment

କି ଭାଗ୍ୟ ମୋର... ଆଉ ଲୁହ ନାହିଁ, ଜୀବନ ସାରା କାନ୍ଦି କାନ୍ଦି ଆଉ କାନ୍ଦିବାକୁ ମୋର ଲୁହ ନାହିଁ... ଦୟାକର ମୋତେ ବାବୁ, ମୋ ପୁଅକୁ ବଞ୍ଚାଇ ଦିଅ... ଏପରି କହି ଘରକୁ ଘର ବୁଲି ଭିକ ମାଗୁଛି ମାଆ। ଭେଣ୍ଡିଆ ପୁଅକୁ ବିଛଣାରେ ଏ ଅବସ୍ଥାରେ ଦେଖି ମାଆର ଛାତି ଫାଟିଯାଉଛି। ଶେଷରେ ବାଧ୍ୟ ହୋଇ ବାର ଦୁଆରେ କାନି ପତାଉଛି ନିରୀହ ମାଆ, ସେପଟେ ବାପା ବି କିଡନୀ ଦେବାକୁ ପ୍ରସ୍ତୁତ। କିନ୍ତୁ ସବୁରି ମୂଳରେ ଅର୍ଥ ସାଜିଛି ବାଧକ...

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ନିମପୁର ଗାଁର ଶଶିକାନ୍ତ ବେହେରା ବିଛଣାରେ ପଡ଼ି ରହିଛନ୍ତି । ବିଏ ପାସ୍ ପରେ ଘରେ ଦୋକାନଟିଏ କରି ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯିବା ପରେ ଏବେ ବିଛଣାରେ ହିଁ ଦିନ-ରାତି ବିତୁଛି। ଚିକିତ୍ସା ପାଇଁ ଜମି-ବାଡ଼ି, ସୁନା-ଗହଣା ବିକି ବୁଢା ବାପା-ମାଆ ଦୁହେଁ ଏବେ ସର୍ବସାନ୍ତ। ଚଳିବା ପାଇଁ ଭଙ୍ଗା ଦୋକାନଟିଏ ଯାହା ସାହାରା ପାଲଟିଛି।

Advertisment

ସେପଟେ ବୁଢୀ ମାଆ ବି ମଧୁମେହରେ ଆକ୍ରାନ୍ତ। ଏପରି ସ୍ଥଳରେ ବୋହୂ ଶାଶୁଘର ଛାଡ଼ି ବର୍ଷେ ହେବ ବାପଘରେ ରହୁଛି। ଏତେ ସବୁ ଦୁଃଖ ମଧ୍ୟରେ ପୁଅ ଜୀବନ ବଞ୍ଚାଇବାକୁ ବାପାମାଆ ଦୁହେଁ ଆପ୍ରାଣ ଉଦ୍ୟମ କରି ଚାଲିଛନ୍ତି। ୭୧ ବର୍ଷରେ ବି ବୁଢା ବାପାଟି କିଡନୀ ଦେବାକୁ ରାଜି। ମାତ୍ର କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ। କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେଲେ ୩୫ ଲକ୍ଷ ଟଙ୍କା ଦରକାର। ଏତେ ଟଙ୍କା କେଉଁଠୁ ଆସିବ। ଘର ଘର ବୁଲିଲେ ବି କଣ ଏତେ ଟଙ୍କା ଯୋଗାଡ଼ ହୋଇପାରିବ। ସେଥିପାଇଁ ବୁଢା ବାପାମାଆ ଦୁହେଁ ପୁଅର ଜୀବନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

Balasore Kidney Transplant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ