Advertisment

ସାତ ମାସର ଛୁଆ ମୁଣ୍ଡରୁ ହଟିଗଲା ମାଆର ପଣତକାନୀ, ହାଏରେ ବିଧାତା ଏ କି କଲୁ...

ବିଧିର ବିଧାନ ଦୁଇ ଜଣ ପିଲାଙ୍କ ମୁଣ୍ଡରୁ କାଢି ନେଇଛି ମାଆର ପଣତକାନୀ। ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗ୍ରାମରେ।

Woman Dies in Snake Bite

Woman Dies in Snake Bite

Advertisment

କୋଳାହଳ ଓ କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ଦୁଇ ନିଷ୍ପାପ ଶିଶୁ ମୁଣ୍ଡରୁ ହଟିଗଲା ମାଆର ପଣତକାନୀ । କୁନି କୁନି ଆଖିରେ ତାଙ୍କ ମାଆର ଫେରିବା ବାଟକୁ ଚାହିଁ ରହିଛନ୍ତି। ହେଲେ ସେ ଜାଣି ନାହାନ୍ତି ମାଆ ଆଉ ଫେରିବନି। କାରଣ ସେ ଚାଲିଯାଇଛି ଅଫେରା ରାଇଜକୁ। ବିଧିର ବିଧାନ ଦୁଇ ଜଣ ପିଲାଙ୍କ ମୁଣ୍ଡରୁ କାଢି ନେଇଛି ମାଆର ପଣତକାନୀ। ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗ୍ରାମରେ। ବିଷାକ୍ତ ସାପ କାମୁଡାରେ ଗ୍ରାମର ୨୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ମା’ ଛେଉଣ୍ଡ ହୋଇଯାଇଛନ୍ତି ଏହି ଦୁଇ ଶିଶୁ ।

Advertisment

ତିତିଖଣ୍ଡି ଗାଁର ଏମ ବଳରାମ ସ୍ତ୍ରୀ ଏମ ଗୀତାଞ୍ଜଳି ରାତିରେ ନିଜ ଚାଳ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଯନ୍ତ୍ରଣାରେ ସେ ଛଟ ପଟ ହୋଇଥିଲେ। ଅଧରାତିରେ ସ୍ଵାମୀ ତାଙ୍କୁ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇ.ସି.ୟୁରେ ରହିବାର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ବ୍ରହ୍ମପୁରରୁ ଆମ୍ବୁଲାନ୍ସ ଯୋଗେ ତିତିଖଣ୍ଡି ଶବ ପହଞ୍ଚିଥିବା ବେଳେ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ।

ତେବେ ଗୀତାଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କର ତିନି ବର୍ଷର ଝିଅ ଏବଂ ସାତ ମାସର ପୁଅଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି। ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସ୍ୱଚ୍ଛଳ ନାହିଁ। ଏକ ଭଙ୍ଗା ଛାଟି ମାଟି ଘରେ ସେମାନେ ରହୁଛନ୍ତି। ତେଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ|

Advertisment

ମାଆର ସଜ୍ଞା ଜାଣିବା ପୂର୍ବରୁ ଛୋଟ ଛୋଟ ପିଲା ଦୁହେଁ ମା ଛେଉଣ୍ଡ ହୋଇଗଲେ। କିଏ କରିବ ତାଙ୍କ ଲାଳନ ପାଳନ

Digapahandi Snake Bite Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ