Advertisment

ଅଜଣା ରୋଗ ଆତଙ୍କ: ଡାକ୍ତରୀ ଚିକିତ୍ସା ସହ ପୂଜାର୍ଚ୍ଚନାରେ ମାତିଛନ୍ତି ପାହାଡ଼ି ମଣିଷ...

ଏପଟେ ପୂଜାର୍ଚ୍ଚନା, ସେପଟେ ଚିକିତ୍ସା । ମାଲକାନଗିରିରି ମାଥିଲି । ବର୍ଷା ବନ୍ୟା ଆଣିଲା ଅଜଣା ରୋଗ । ଆଉ ପାହାଡ଼ି ଆଦିବାସୀ ମୂଲକରୁ ବଢ଼ି ଛାଡୁ ଛାଡ଼ୁ ବଢ଼ିଲା ସଂକ୍ରାମକ ରୋଗ।

ଅଦ୍ୟତନ ହୋଇଛି
undefined

Special Rituals

Advertisment

ବର୍ଷା, ବନ୍ୟା ଆଉ ତା ପରେ ପରେ ଅଜଣା ରୋଗ। ଗଲା କିଛି ଦିନ ଧରି ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ମାଲକାନଗିରି ମାଥିଲି ଅଞ୍ଚଳବାସୀ। ଗ୍ରାଉଣ୍ଡ ଜିରୋର ତଥ୍ୟ କହୁଛି ଗଲା ସପ୍ତାହକ ଭିତରେ ମାଥିଲିରେ ୯ ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ। ୟା ଭିତରେ ଡାକ୍ତରୀ ଟିମ୍ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ସ୍ଥିତି ଉପରେ ନଜର ତ ରଖିଛନ୍ତି, ରୋଗ ପ୍ରକୋପରୁ ବର୍ତ୍ତିବାକୁ ପୂଜାର୍ଚ୍ଚନାର ବିଶ୍ବାସରୁ ବାହାରି ପାରୁନାହାନ୍ତି ପାହାଡ଼ି ମଣିଷ। 

Advertisment

ଏପାଖେ ବିଶ୍ବାସ । ସେପାଖେ ବିଜ୍ଞାନ । ଏଣେ କାନ୍ଦ ବୋବାଳି, ତେଣେ ବାଜବାଜଣା,ମନ୍ତ୍ରପାଠ । ଏପଟେ ପୂଜାର୍ଚ୍ଚନା, ସେପଟେ ଚିକିତ୍ସା । ମାଲକାନଗିରିରି ମାଥିଲି । ବର୍ଷା ବନ୍ୟା ଆଣିଲା ଅଜଣା ରୋଗ । ଆଉ ପାହାଡ଼ି ଆଦିବାସୀ ମୂଲକରୁ ବଢ଼ି ଛାଡୁ ଛାଡ଼ୁ ବଢ଼ିଲା ସଂକ୍ରାମକ ରୋଗ। ମାଥିଲି ଜିଲ୍ଲା ତୁଳସୀ ଘାଟିର ଘଟଣା । ଯେଉଁ ଘାଟିକୁ ଯିବା ପାଇଁ ଆମ ଟିମ୍‌ ପାହାଡ଼ିଆ ରାସ୍ତାରେ ୫ କିଲୋମିଟର ଚାଲି ପହଞ୍ଚିଥିଲା ତୁଳସୀ ଗାଁରେ। ଏତିକି ବେଳେ ସାମ୍ନାକୁ ଆସିଥିଲା ଏମିତି ଘଟଣା । ଗାଁର ଗୋଟିଏ ପଟେ ଗ୍ରାମଦେବତୀଙ୍କ ପାଖରେ ପୂଜାର୍ଚ୍ଚନା ଚାଲିଥିଲା, ତ ଆର ପଟେ ଚାଲିଥିଲା ଡାକ୍ତରୀ ଟିମର ଚିକିତ୍ସା। ବିଶ୍ବାସ ଓ ବିଜ୍ଞାନ ଭିତରେ ସଂଘର୍ଷ ତ ନୁହେଁ, ବ୍ୟାପକ ସଚେତନା ପରେ ଦୁଇ ଭିନ୍ନ ଚିତ୍ରକୁ ବିଚିତ୍ର ସମନ୍ବୟ କୁହାଯାଇପାରେ। କାହିଁକିନା ଗୋଟେପଟେ ଚିକିତ୍ସାକୁ ଗ୍ରହଣ କରୁଛନ୍ତି ଅନ୍ୟପଟେ ଦେଶୀ ବିଶ୍ବାସକୁ ବି ଛାଡ଼ି ପାରୁନାହାନ୍ତି ପାହାଡ଼ି ମଣିଷ।

ଲୋକଙ୍କ ଅଭିଯୋଗ ସପ୍ତାହକ ଭିତରେ ଗାଁରୁ ଅଜଣା ରୋଗ ୫ ଜଣଙ୍କ ଜୀବନ ନେଲାଣି। ସେ ଭିତରୁ ଗୋଟିଏ ପରିବାର ତିନି ଦିନରେ ତିନିଜଣଙ୍କୁ ହରାଇଛି। ହତଭାଗିନୀ ଗାଦ୍ରି ଦୁରୁଆ, ଯିଏ ତିନି ଦିନରେ ଆଗପଛ ହୋଇ ସ୍ବାମୀ ଓ ଦୁଇ ପୁଅ ଝିଅଙ୍କ ମଲା ମୁହଁ ଦେଖି ଯେମିତି ମୁକ ପାଲଟିଯାଇଛନ୍ତି। ପ୍ରଥମେ ଝାଡ଼ା, ପରେ ବାନ୍ତି, ତା ପରେ ପରେ ମୃତ୍ୟୁ।

Advertisment

ସେମିତି ଲୁଲେର ଗାଁର ଘଟଣା । ଆମ ଟିମ୍‌ ପହଞ୍ଚିଲା ବେଳକୁ ଏଠି କାନ୍ଦ ବୋବାଳି ପଡ଼ିଥିଲା। କାରଣ ଶୁକ୍ରବାର ରାତିରେ ଝାଡ଼ାବାନ୍ତି ଜଣଙ୍କ ଘରୁ ୩୬ ବର୍ଷିୟ ସୁବର୍ଣ୍ଣ ନାୟକଙ୍କ ଜୀବନ ନେଇଥିଲା। ଆଉ ତାଙ୍କ ଘର ପାଖରେ ଥିବା ଅଙ୍ଗନବାଡ଼ିରେ ଅସ୍ଥାୟୀ ଶିବିର ଖୋଲି ଅନ୍ୟ ଆକ୍ରାନ୍ତଙ୍କୁ ତଳେ ଶୁଆଇ ସାଲାଇନ୍ ଓ ଔଷଧ ଦେଉଛନ୍ତି । କିଛି ଦିନ ତଳେ ଲୁଲେର ଗାଁରୁ ଝାଡ଼ାବାନ୍ତିରେ ଆଉ ଜଣଙ୍କର ବି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଅଟାଳଗୁଡ଼ା ଗାଁରେ ମଧ୍ୟ ସପ୍ତାହକ ଭିତରେ ଏଇ ସମାନ ଲକ୍ଷଣ ଥାଇ ରୋଗ ଦୁଇ ଜଣଙ୍କୁ ମାରିଛି। ତେଣୁ  ସଂକ୍ରମିତ ଅଞ୍ଚଳରେ ତୁରନ୍ତ ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ବାହାରୁ ବିଶେଷଜ୍ଞ ଟିମ୍ ଅଣାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।

ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଗତ ୪ ଦିନ ଧରି ତୁଳସୀ ଘାଟି ଅଞ୍ଚଳରେ ଡେରା ପକାଇଥିବା ୫ ଜଣିଆ ଡାକ୍ତରୀ ଟିମର କହିବା କଥା ବନ୍ୟା ପରେ ପରେ ଅସ୍ବାସ୍ଥ୍ୟକର ପରିବେଶ, ଦୂଷିତ ପାଣି ଓ ସଂକ୍ରମିତ ଜଙ୍ଗଲଜାତ ଖାଦ୍ୟ ଖାଇବା ଦ୍ବାରା ଲୋକେ ଝାଡ଼ାବାନ୍ତିରେ ପଡୁଛନ୍ତି। ତେବେ ପ୍ରକୃତ କାରଣ ଜାଣିବାକୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

Advertisment
Diarrhoea Scare Diarrhoea Deaths In Odisha Diarrhoea Diarrhoea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ