Advertisment

ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ଼ ବୟାନ; କହିଲେ, ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଛି SOP

ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।

ଅଦ୍ୟତନ ହୋଇଛି
Ratna Bhandar Counting SOP

Ratna Bhandar

Advertisment

କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି । ରତ୍ନ ଗଣତି ମଣତି ପାଇଁ SOP ପ୍ରସ୍ତୁତ ହୋଇଛି । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ଆଜି ସେ ପୁରୀ ଆସିଥିବା ବେଳେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି ପରେ ଗଣତି, ମଣତି ଆରମ୍ଭ ହେବ ।

Advertisment

ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି । ବାହାର ଓ ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ମନ୍ଦିର ମଧ୍ୟରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି।

ଅଧିକ ପଢ଼ନ୍ତୁ: କେବେ ହେବ ରତ୍ନଭଣ୍ଡାର ମରାମତି; ଭଣ୍ଡାର ଘରେ ରହିଛି କି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

Advertisment

ରତ୍ନଭଣ୍ଡାର ଖୋଲାଯିବା ପରେ ବି ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଥମୁନି । କାରଣ ଭିତର ଭଣ୍ଡାରରୁ ରତ୍ନ ସ୍ଥାନାନ୍ତରକୁ କିଛି ଦିନ ବିତିଯାଇଥିଲେ ମଧ୍ୟ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ କେବେ ଲେଜର ସ୍କାନିଂ ଏବଂ GPRS ହେବ, ଏଥିପାଇଁ ନୂଆ SOP କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କେହି କେହି କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ବି ଏଣ୍ଡୋସ୍କୋପି ଉପରେ ଜୋର ଦେଇଛନ୍ତି । ତେବେ ରତ୍ନଭଣ୍ଡାରର ସ୍ଥାୟିତ୍ବ ସହ ଭଣ୍ଡାରରୁ ବାହାରିଥିବା ରତ୍ନ-ଅଳଙ୍କାର ସବୁର ଚିହ୍ନଟ, ଗଣତି-ମଣତି କାମ ବି ଶୀଘ୍ର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମେ ଲେଜର ସ୍କାନିଂ ଓ ଜିପିଆରଏସ୍ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କାର୍ଯ୍ୟ ସରିଲା ପରେ ଯଦି ବାସ୍ତବରେ ସେଭଳି କିଛି ଗୁପ୍ତ କୋଠରୀର ସନ୍ଧାନ ମିଳେ, ତାହେଲେ ସେ ଭିତରେ କଣ ରତ୍ନ ଅଳଙ୍କାର ଅଛି, ତାର ଯାଞ୍ଚ ସହ ସଂରକ୍ଷଣ ବି ଜରୁରୀ। ତେଣୁ ସେଇ ଅନୁସାରେ ପରବର୍ତ୍ତୀ ସମୟରେ ଏଏସ୍ଆଇକୁ ମରାମତି ପାଇଁ ଦିଆଯିବା ଦରକାର ବୋଲି ସେ କହିଛନ୍ତି ।

Advertisment

ସେହିପରି ଅନ୍ୟତମ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସରକାର ଏନେଇ ଏସଓପି ଆଣି, ଦରକାର ପଡ଼ିଲେ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ଢାଞ୍ଚାଗତ ଦୁର୍ବଳତା ଓ ଅନ୍ୟ ରହସ୍ୟ ଉନ୍ମୋଚନ ପାଇଁ ଏଣ୍ଡୋସ୍କୋପି ଉପରେ ଜୋର୍ ଦେଇଛନ୍ତି । ଅପରପକ୍ଷେ ବିଶେଷଜ୍ଞଙ୍କର ବି ମତ ଲେଜର ସ୍କାନିଂ ଏବଂ ଏଣ୍ଡୋସ୍କୋପି ଜରିଆରେ ବହୁ ପୁରାତନ ମନ୍ଦିର ଏବଂ ମନୁମେଣ୍ଟ ଭିତରେ ଥିବା ଢାଞ୍ଚାଗତ ଦୋଷ ଦୁର୍ବଳତା ଏବଂ ଭିତରର ରହସ୍ୟ ସଂପର୍କରେ ଜାଣିବାରେ କୌଣସି ଅସୁବିଧା ହେବନି।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଭିତରେ ଅଛି କି ଗୁପ୍ତ ସୁଡ଼ଙ୍ଗ ?

Puri Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ