ମରାମତି ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର, ପ୍ରସ୍ତୁତ ହେଲା SOP

ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

Puri Srimandir Ratna Bhandar

ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ବହୁମୂଲ୍ୟ ଅଳଙ୍କାର ସ୍ଥାନାନ୍ତର ସରିଛି । ଏହାପରେ ରତ୍ନ ଭଣ୍ଡାର ମରାମତି କିଭଳି କରାଯିବ, କେଉଁ କେଉଁ ନିୟମକୁ ପାଳନ କରାଯିବ, କେଉଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ହେବ ସେ ସବୁକୁ ନେଇ ପ୍ରସ୍ତୁତ ହୋଇଛି ଏସଓପି।

ଅଧିକ ପଢନ୍ତୁ : ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ! ସନ୍ଦେହ ପାଇଁ ଟେକ୍ନୋଲୋଜି ପ୍ରୟୋଗ ପ୍ରସ୍ତାବ

SOP ପରିଚାଳନା କମିଟିରେ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ପାଖକୁ ପଠାଯାଇଛି । ଏହାକୁ ଆଜି ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି । ଭର୍ଚୁଆଲ୍ ମୋଡରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ମାନେ ଏଥିରେ ସାମିଲ ଥିଲେ ।