ପରଦା ପଛରେ ରହିଗଲା ପୁଅ
ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କୁ ମୃତ୍ୟୁକୁ ନେଇ ହୁଲୁସ୍ତୁଲ ସାରା ରାଜ୍ୟ । ବିଗତ କିଛି ଦିନ ଧରି ସମସ୍ତଙ୍କ ନଜର ଅଛି ଏଫ୍ଏମ୍ କଲେଜ ପୀଡ଼ିତାଙ୍କ ଉପରେ । କିନ୍ତୁ ଏ ସବୁ ମଧ୍ୟରେ ଜଣେ ସାହାସୀ ଯୁବକଙ୍କୁ ଭୁଲି ଗଲେ ସମସ୍ତେ । ଯିଏକି ସେଦିନ ନିଆଁ ହୁଳା ମଧ୍ୟରୁ ପୀଡ଼ିତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।
ଏହା ହେଉଛି ଛାତ୍ର ଜ୍ୟୋତି ପ୍ରକାଶଙ୍କ କଥା । ସେଦିନ ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି । ସେତେବେଳକୁ ହୁ ହୁ ହୋଇ ଜଳୁଥିଲେ ଏଫ୍ଏମ୍ କଲେଜ ପୀଡ଼ିତା । ଉଦ୍ଧାର କରିବାକୁ କାହାର ସାହସ ହେଉନଥିଲା । କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି । ଆଉ ସେହି ନିଆଁରେ ନିଜେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ । ଯାହାଙ୍କ ଚିକିତ୍ସା ଏବେ SCB ବର୍ଣ୍ଣ ୟୁନିଟରେ ଚାଲିଛି ।
ତେବେ ଏତେ ସାହସିକ ପଦକ୍ଷେପ ନେଇ ନିଜ ଜୀବନକୁ ବାଜି ଲଗାଇଥିବା ଜ୍ୟୋତିଙ୍କୁ କିନ୍ତୁ ସମସ୍ତେ ଭୁଲି ଯାଇଛନ୍ତି । ସରକାର, ପ୍ରଶାସନ ନା କଲେଜ କର୍ତ୍ତୃପକ୍ଷ କେହି ବି ଯୋଗାଯୋଗ କରିନାହାନ୍ତି ।
ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜ୍ୟୋତିଙ୍କ ବାପା । ସେ କହିଛନ୍ତି, ଝିଅଟି ଚାଲିଯିବା ପରେ ମୋ ପୁଅ ପରଦା ପଛରେ ରହିଗଲା । ଚିକିତ୍ସା ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି ।
ସେପଟେ ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ଡ଼ା ବିଭୁତି ନାୟକ କହିଛନ୍ତି ଯେ , ଜ୍ୟୋତି ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କର ହାତ, ମୁହଁ ଓ ବିଶେଷ କରି ଫୁସଫୁସ ନିଆଁ ଦ୍ୱାରା ପ୍ରଭାବିତ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ ସେ ସୁସ୍ଥ ହେବେ ବୋଲି ଆଶା ରହିଛି ।
ଜ୍ୟୋତି ପ୍ରକାଶ ବାପାଙ୍କ ଅଭିଯୋଗ ନେଇ ବର୍ତ୍ତମାନ ସୁଦ୍ଧା ପ୍ରଶାସନର ପ୍ରତିକ୍ରିୟ ମିଳିପାରିନି । ତେବେ ଆଗକୁ ସରକାର ଜ୍ୟୋତିଙ୍କ ସାହାସିକତା ପାଇଁ କି ପ୍ରକାର ସହଯୋଗ କରୁଛନ୍ତି ତାହା ଦେଖିବାର ବିଷୟ...।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752742938.jpg)