Advertisment

ଭୋଟ୍ ଭେଳିକି ଥିଲା କି ବାରବାଟୀ ସଂପ୍ରସାରଣ? ବିନା ଡିପିଆରରେ କେମିତି ହେଲା ଶିଳାନ୍ୟାସ !

ବାରବାଟୀ ଷ୍ଟାଡିୟମର ନବକଳେବର ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ଥିବାରୁ ତରବରିଆ ଭାବେ ତତକାଳୀନ ବିଜେଡି ସରକାର ବାରବାଟୀର ସଂପ୍ରସାରଣ ନେଇ ଶିଳାନ୍ୟାସ କରିଦେଲେ ।

ଅଦ୍ୟତନ ହୋଇଛି
undefined

Barabati Stadium

Advertisment

ବାରବାଟୀ ଷ୍ଟାଡିୟମର ନବକଳେବର ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ଥିବାରୁ ତରବରିଆ ଭାବେ ତତକାଳୀନ ବିଜେଡି ସରକାର ବାରବାଟୀର ସଂପ୍ରସାରଣ ନେଇ ଶିଳାନ୍ୟାସ କରିଦେଲେ । ହେଲେ ନା ଡିପିଆର୍ ପ୍ରସ୍ତୁତ ହୋଇଥିଲା ନା ଆରମ୍ଭ ହୋଇଥିଲା କୌଣସି ପ୍ରକ୍ରିୟା । ବିଧାନସଭାରେ କ୍ରୀଡ଼ାମନ୍ତ୍ରୀଙ୍କ ଉତ୍ତର ପରେ ବାରବାଟୀକୁ ନେଇ ସରଗରମ ହୋଇଛି ରାଜନୀତି । ଓସିଏ ସଂପାଦକ ବି ସ୍ପଷ୍ଟ କରିଛନ୍ତି, ବାରବାଟୀ ସଂପ୍ରସାରଣ ନେଇ ପୂର୍ବ ସରକାର ସହ ଓସିଏର କୌଣସି ଚୁକ୍ତି ହୋଇନାହିଁ ।

Advertisment

ବିଜେଡିର ନିର୍ବାଚନୀ ଥୋପ ଥିଲା କି ବାରବାଟୀ ସଂପ୍ରସାରଣ? କଟକିଆ ଓ ରାଜ୍ୟବାସୀଙ୍କୁ ଭଣ୍ଡେଇ ଦେଲେ କି ପୂର୍ବ ବିଜେଡି ସରକାର? ଷ୍ଟାଡିୟମର ନବୀକରଣ ନେଇ ଯୋଜନା ଥିଲା ନା ଖାଲି ଧୂଆଁବାଣ? ତତକାଳୀନ ନବୀନ ସରକାରର ମିଛକୁ ପଦାରେ ପକାଇ ଦେଇଛନ୍ତି ମୋହନ ସରକାର ।

ଶନିବାର ବିଧାନସଭାରେ କଟକ-ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ଲିଖିତ ପ୍ରଶ୍ନ କରିଥିଲେ, ବାରବାଟୀର ନବୀକରଣ ନେଇ ସରକାର କଣ ନିଷ୍ପତ୍ତି ନେଇଛନ୍ତି । କଣ ଯୋଜନା ହାତକୁ ନେଇଛନ୍ତି ଏବଂ କେବେ ସୁଦ୍ଧା କାମ ସରିବ । ଏହାର ଉତ୍ତରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ବାରବାଟୀ ଷ୍ଟାଡିୟମର ଉନ୍ନତୀକରଣ କିମ୍ବା ନବକଳେବର ନେଇ କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ।

Advertisment

ଏହି ଷ୍ଟାଡିୟମ୍ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ପରିଚାଳିତ ହେଉଛି । ବାରବାଟୀକୁ ନେଇ ବିଧାନସଭାରେ ପୂର୍ବ ବିଜେଡି ସରକାରର ମିଛ ଧରାପଡିବା ପରେ ତେଜିଛି ରାଜନୀତି । ତତକାଳୀନ ସରକାର ସପକ୍ଷରେ ଯୁକ୍ତି ବାଢିବା ସହ ବର୍ତ୍ତମାନର କ୍ରୀଡାମନ୍ତ୍ରୀଙ୍କୁ ଘେରିଛନ୍ତି କଟକ ମେୟର ସୁବାସ ସିଂ ।

କହିଛନ୍ତି, ପୂର୍ବ ସରକାରର ଯୋଜନାକୁ ବନ୍ଦ କରିବା କଟକବାସୀଙ୍କ ପାଇଁ ପ୍ରତାରଣା । ଯାହାକୁ କାଉଣ୍ଟର କରିଛନ୍ତି କ୍ରୀଡ଼ାମନ୍ତ୍ରୀ । ୨୭ ଫେବ୍ରୁଆରୀ ୨୦୨୪ । ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଶୁଭ ଦେଇଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟି କୋଟି ଟଙ୍କା ଖର୍ଚ୍ଚରେ ବଲିଉଡ୍ ସିଙ୍ଗର ଓ କ୍ରୀଡାବିତଙ୍କୁ ଡାକି ବାରବାଟୀରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

Advertisment

ତତକାଳୀନ ସରକାର କହିଥିଲେ, ନୂଆ ରୂପ ପାଇବ ବାରବାଟୀ । ୭ ଶହ କୋଟି ଟଙ୍କା ବ୍ୟୟରେ ତିଆରି ହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ । ଦର୍ଶକ କ୍ଷମତା ୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି ପାଇବ । ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଡ୍ରେସିଂ ରୁମ୍ ଓ ଜିମ୍ ସହ ଷ୍ଟାଡିୟମ୍ ପରିସରରେ ତିଆରି ହେବ ଫାଇଭ୍ ଷ୍ଟାର ହୋଟେଲ ।

ତେବେ ବାରବାଟୀ ସମ୍ପ୍ରସାରଣ ନେଇ ପୂର୍ବ ସରକାର ସହ ଓସିଏର କୌଣସି ଚୁକ୍ତି ହୋଇନଥିବା ସ୍ପଷ୍ଟ କରିଛନ୍ତି ସମ୍ପାଦକ ସଞ୍ଜୟ ବେହେରା । ସେ କହିଛନ୍ତି, ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରର କଥା, ଡିପିଆର ବି ପ୍ରସ୍ତୁତ ହୋଇନି । ତେବେ ପ୍ରଶ୍ନ ଉଠୁଛି, ବାରବାଟୀ ନବୀକରଣ ନେଇ ଯଦି କୌଣସି ବ୍ୟୟବରାଦ ହୋଇନାହିଁ ଏବଂ ଡିପିଆର ପ୍ରସ୍ତୁତ ହୋଇନି ତେବେ ତତକାଳୀନ ବିଜେଡି ସରକାର କେମିତି ଏହାର ପ୍ରଚାର ପ୍ରସାର କରିଥିଲେ? ଡିପିଆର୍ ପ୍ରସ୍ତୁତ ନକରି ପ୍ରଥମେ ଶିଳାନ୍ୟାସ ଏବଂ ପରେ ପ୍ରଚାରର ବାହାଦୂରୀ କାହିଁକି ଦେଖାଇଥିଲେ ନବୀନ ସରକାର ?

BJD Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ