Advertisment

Snake Trapped in Net: ଜାଲରେ ବନ୍ଦୀ ନାଗୁଣୀ, ପ୍ରେମରେ ପାଗଳ ହେଲା ନାଗ !

ତେବେ କେହି ଲୋକ ସେଇ ପାଖକୁ ଗଲା ବେଳେ ବଡ଼ ନାଗ ସାପଟି ସେଠାରୁ ଚାଲି ଯାଇ କେଉଁଠି ଲୁଚି ଯାଉଥିଲା। ଆଉ ଯେତେବେଳେ ସେହି ସ୍ଥାନ ନିଶବ୍ଦ ହେଉଥିଲା, ସେତେବେଳେ କେଉଁଠୁ ଆସି ପୁଣି ବନ୍ଦୀ ନାଗୁଣୀ ପାଖରେ ହାଜିର ହେଇ ଯାଉଥିଲା।

ଅଦ୍ୟତନ ହୋଇଛି
snake

snake

Advertisment

ନାଗ ନାଗୁଣୀ ପ୍ରଣୟରେ ମାତି ଥିବା ବେଳେ ନାଗୁଣୀ ଛନ୍ଦି ହେଇଗଲା ଜାଲରେ। ଯେତେ ଚେଷ୍ଟା କରି ଆଉ ନାଗୁଣୀ ଜାଲରୁ ମୁକୁଳି ପାରିଲା ନାହିଁ। ନାଗ କିନ୍ତୁ ନାଗୁଣୀକୁ ଏକୁଟିଆ ଛାଡି ଚାଲି ଗଲାନାହିଁ। ସେଇ ଜାଲ ପାଖା ପାଖି ଜଗି ରହିଲା। ଯେତେବେଳେ ସେଇ ଜାଲ ପାଖରେ ମଣିଷ ଓ ଗୃହପାଳିତ ପଶୁଙ୍କ ଯାତାୟାତ ବନ୍ଦ ରହୁଥିଲା, ସେତେବେଳେ ନାଗ ଲୁଚିଥିବା ସ୍ଥାନରୁ ବାହାରି ଆସି ନାଗୁଣୀକୁ ପ୍ରେମ ନିବେଦନ କରିବାରେ ଲାଗୁଥିଲା। ନାଗୁଣୀ ମୁହଁରେ ମୁହଁ ଘଷି ତାକୁ ନିଜ ପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିଲା। ହେଲେ ମିଳନ କରିବାରେ ସଫଳତା ମିଳପାରିନଥିଲା। କାରଣ ନାଗୁଣୀର ବେକ ଛନ୍ଦି ହୋଇ ରହିଥିଲା ପ୍ଲାଷ୍ଟିକ ଜାଲରେ।

Advertisment

ଏଇ ଘଟଣାଟି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ୍‌ ଜୟରାମପୁର ଗାଁର ବିଜୟ ନାୟକଙ୍କ ଖଳା ବାଡ଼ିରେ। ଖଳା ବାଡ଼ିରେ ଗୋରୁ ଗାଈ ନ ପଶିବା ପାଇଁ ବିଜୟ ଏକ ପ୍ଲାଷ୍ଟିକ ଜାଲ ଘେରାଇ ଦେଇଥିଲେ। ବୁଧବାର ସକାଳେ ସେଇ ଜାଲରେ ପ୍ରାୟ ୪ ଫୁଟ୍‌ ଲମ୍ବର ଏକ ହଳଦିଆ ରଙ୍ଗର ନାଗ ସାପ ଫସି ଯାଇଥିବା ଦେଖିବାକୁ ପାଇଥିଲେ ବିଜୟଙ୍କ ପରିବାର ଲୋକେ। ପ୍ରଥମେ ସେମାନେ ଭାବିଥିଲେ ନାଗଟି ନିଜେ ନିଜେ ସେଇ ଜାଲରୁ ମୁକୁଳି ଯିବ। ହେଲେ କିଛି ସମୟ ପରେ ଆଉ ଗୋଟିଏ ବଡ ନାଗ ସାପ ଆସି ଜାଲରେ ଛନ୍ଦି ହୋଇପଡ଼ିଥିବା ନାଗୁଣୀ ପାଖରେ ବୁଲିବାକୁ ଲାଗିଲା। ତା’ ମୁହଁରେ ମୁହଁ ଘଷିବାକୁ ଲାଗିଲା। ଏକାଥରେ ଦୁଇ ଦୁଇଟି ନାଗ ସାପଙ୍କୁ ଦେଖି ଭୟଭୀତ ହୋଇଥିଲେ ବିଜୟଙ୍କ ପରିବାର।

ତେବେ କେହି ଲୋକ ସେଇ ପାଖକୁ ଗଲା ବେଳେ ବଡ଼ ନାଗ ସାପଟି ସେଠାରୁ ଚାଲି ଯାଇ କେଉଁଠି ଲୁଚି ଯାଉଥିଲା। ଆଉ ଯେତେବେଳେ ସେହି ସ୍ଥାନ ନିଶବ୍ଦ ହେଉଥିଲା, ସେତେବେଳେ କେଉଁଠୁ ଆସି ପୁଣି ବନ୍ଦୀ ନାଗୁଣୀ ପାଖରେ ହାଜିର ହେଇ ଯାଉଥିଲା। ଏଇଭଳି ନାଗ ସାପଟି ବନ୍ଦୀ ନାଗୁଣୀ ପାଖକୁ ଆସିବା ଏବଂ ଲୋକଙ୍କୁ ଦେଖିଲେ ପଳେଇବା ଭଳି ଛକା ପଞ୍ଝା ଚାଲିଥିଲା।

Advertisment

ଆଜି ସକାଳେ ମଧ୍ୟ ସମାନ ଦୃଶ୍ୟ ଦେଖି ବିଜୟ ବାଧ୍ୟ ହୋଇ ସ୍ନେକ ହେଲ୍‌ପ ଲାଇନକୁ ଫୋନ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଉଭୟ ସାପଙ୍କୁ କିଛି କ୍ଷଣ ନିରୀକ୍ଷଣ କରିବା ପରେ ସାପ ଦୁଇଟି ମାଈ ଓ ଅଣ୍ଡିରା ହେବା ସହିତ ମିଳନ ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ପାଇଥିଲେ। ସୁଶାନ୍ତ ଦୁଇ ସାପଙ୍କ ଗତିବିଧିର କିଛି ଫଟୋ ଓ ଭିଡ଼ିଓ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ। ଶୁଭେନ୍ଦୁ ମଲ୍ଲିକ ସାପ ଦୁଇଟି ଉଦ୍ଧାର କରିବା ପରେ ଯଥା ଶୀଘ୍ର ଗୋଟିଏ ସ୍ଥାନରେ ଛାଡ଼ିବା ପାଇଁ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିଲେ।

ସୁଶାନ୍ତ ପ୍ରଥମେ ବନ୍ଧନ ହୋଇନଥିବା ଅଣ୍ଡିରା ନାଗ ସାପଟିକୁ ଉଦ୍ଧାର କରିବା ପରେ ଜାଲକୁ କାଟି ମାଈ ସାପଟିକୁ ବନ୍ଧନ ମୁକ୍ତ କରିଥିଲେ। ମାଈ ସାପଟି ଦେହରେ କୌଣସି କ୍ଷତ ଦେଖିବାକୁ ପାଇ ନଥିଲେ ସୁଶାନ୍ତ। ତେଣୁ ଗାଁଠାରୁ ଅନତି ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଗୋଟିଏ ଯାଗାରେ ସାପ ଦୁଇଟିକୁ ଛାଡି ଦେଇଥିଲେ ସୁଶାନ୍ତ।

Advertisment
Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ