Advertisment

କାମରେ ଆସୁନି ଜୟପୁର ସହରର ବସ୍ ଟର୍ମିନାଲ, ୬ ମାସ ପରେ ବି ଅଚଳ !

ପୁରୁଣା ବସଷ୍ଟାଣ୍ଡରେ ବଢୁଛି ଭିଡ଼, ଲୋକେ ହଇରାଣ । ଜିଲ୍ଲାପାଳ କହିଲେ OSRTC କର୍ତ୍ତୃପକ୍ଷଙ୍କ ସହ ହେବ ଆଲୋଚନା ।

Jeypore bus Terminal

Jeypore bus Terminal

Advertisment

ତରବରିଆ ଭାବେ ଉଦଘାଟନ କରିଦେଲେ । କାମରେ ଆସିପାରୁନି ଜୟପୁର ସହରର ବସ୍ ଟର୍ମିନାଲ । ନା ଅଛି ଆନୁସଙ୍ଗିକ ବ୍ୟବସ୍ଥା ନା ଭିତ୍ତିଭୂମି । ଆମେ କହୁଛୁ ଜୟପୁର ସହରର ଜାତୀୟ ବସ୍ ଟର୍ମିନାଲ। ଗତ ମାର୍ଚ୍ଚ ୧୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ।

Advertisment

ବସ୍ ଟର୍ମିନାଲ ବାହାରକୁ ସୁନ୍ଦର ଦିଶୁ ଥିଲେ ବି ଭିତର ଫମ୍ପା। ନା ଅଛି ଯାତ୍ରୀ ବିଶ୍ରାମଗାର, ନା ଶୌଚାଳୟ, ନା ପିଇବା ପାଣି ବ୍ୟବସ୍ଥା। ବସଷ୍ଟାଣ୍ଡରେ ଥିବା ସବୁ ଷ୍ଟଲ ଗୁଡିକରେ ଝୁଲୁଛି ତାଲା। ଉଦଘାଟନର ୬ ମାସ ପରେ ବି କାହିଁକି ପୂର୍ଣ୍ଣ କାଯ୍ୟର୍କ୍ଷମ ହୋଇପାରୁନି ବସଷ୍ଟାଣ୍ଡ ? ନିର୍ବାଚନ ପାଇଁ ତରବରିଆ ଭାବେ ଉଦଘାଟନ କରିଦେଇଥିଲେ କି ବିଜେଡି ସରକାର? ଲୋକଙ୍କ କାମରେ ଆସିପାରୁନଥିବାରୁ ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

ବସ ଟର୍ମିନାଲ ପାଇଁ ପାଖାପାଖି ୨୦କୋଟି ଟଙ୍କା ବ୍ୟୟ କରି ତରବରିଆ ଭାବେ ଉଦଘାଟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତେଣେ ସହରର ପୁରୁଣା ସରକାରୀ ବସଷ୍ଟାଣ୍ଡର ଅବସ୍ଥା ନ କହିଲେ ଭଲ। ଲୋକଙ୍କ ବସିବା ପାଇଁ ଜାଗା ନଥିବାବେଳେ ଭିଡ଼ ବଢୁଛି। ଏପରିକି ବର୍ଷା ହେଲେ ଅଧିକ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି ଲୋକେ। ନୂଆ ବସ ଟର୍ମିନାଲ ସମସ୍ୟା ନେଇ ଜିଲ୍ଲାପାଳ କହିଛନ୍ତି, ରାଜ୍ୟ ପରିବହନ ନିଗମ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କରି ବ୍ୟବସ୍ଥା କରାଯିବ।

Advertisment
Bus Terminal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ