Advertisment

OTET Question Paper Leak: ‘OTET ପ୍ରଶ୍ନପତ୍ର ଲିକ୍ ବାଲେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି’

ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅଫିସର୍ ଏହାପଛରେ ରହିଛନ୍ତି ସଂପୃକ୍ତ। ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।

ଅଦ୍ୟତନ ହୋଇଛି
OTET Question Paper Leak

OTET Question Paper Leak

Advertisment

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ ଜଣ ଗିରଫ। ଆଜି ଏନେଇ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅଫିସର୍ ଏହାପଛରେ ରହିଛନ୍ତି ସଂପୃକ୍ତ। ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ବୋର୍ଡ ଅଫିସ୍ ରୁ ପ୍ରଶ୍ନପତ୍ର ନେଇ ସେ ଲିକ୍ କରାଇଥିଲେ। ପେନ୍ ଡ୍ରାଇଭରେ ପ୍ରଶ୍ନପତ୍ର ନେଇ ୨ ଲକ୍ଷ ୪୦ ହଜାର ଟଙ୍କାରେ ବିକ୍ରି କରିଥିଲା। ଶିକ୍ଷକ ଆସୋସିଏଏସଏନ୍ ର କିଛି ଶିକ୍ଷକ ଏଥିରେ ସଂପୃକ୍ତ ରହିଛନ୍ତି।ଏହି ପ୍ରଶ୍ନପତ୍ର ଲିକ୍ ବାଲେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି। ତେଣୁ ଏଦିଗରେ ତଦନ୍ତ ଅଧିକ ଜାରି ରହିଥିବା ସେ କହିଛନ୍ତି।

Advertisment

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଲିକ୍ ଘଟଣାରେ ଯେ କେହି ବି ସପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।

OTET Question Paper Leak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ