Advertisment

ପେଟକୁ ଦାନା ଯାଉନି କି ଆଖିକୁ ନିଦ ନାହିଁ; ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କହିଲେ ନସରେ...

ଶତାଧିକ ପରିବାର ଏବେବି ନିଜ ଘରକୁ ଫେରିପାରି ନାହାଁନ୍ତି । କିଏ ନଦୀ ବନ୍ଧରେ ଖୋଲା ଆକାଶ ତଳେ ଜରିପାଲ ଟାଣି ପଡିଛି ତ ଆଉ କିଏ ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ପଡ଼ିରହିଛନ୍ତି ।

Flood Continues

Flood Continues

Advertisment

ସୁବର୍ଣ୍ଣରେଖା ବନ୍ୟା କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା ଦ୍ବିଗଣ ହୋଇଛି । ଶତାଧିକ ପରିବାର ଏବେବି ନିଜ ଘରକୁ ଫେରିପାରି ନାହାଁନ୍ତି । କିଏ ନଦୀ ବନ୍ଧରେ ଖୋଲା ଆକାଶ ତଳେ ଜରିପାଲ ଟାଣି ପଡିଛି ତ ଆଉ କିଏ ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ପଡ଼ିରହିଛନ୍ତି । ବାଲେଶ୍ବର ବାଲିଆପାଳ ଓ ଭୋଗରାଇରେ ସ୍ଥିତି ସଙ୍ଗୀନ ଥିବା ବେଳେ ସରକାରୀ ରିଲିଫକୁ ଚାହିଁ ବସିଛନ୍ତି ବନ୍ୟା ବିପନ୍ନ ।

Advertisment

ବନ୍ୟାର ତାଉ କମିଛି, ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା କହିଲେ ନସରେ । ପେଟକୁ ଦାନା ଯାଉନି କି ଆଖିକୁ ନିଦ ନାହିଁ । ବାଲେଶ୍ବର ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକଙ୍କ ଘରେ ଏବେ ବି ଚୁଲି ଜଳୁନି। ଶୁଖିଲା ଖାଦ୍ୟ ଖାଇ ଦିନ କଟୁଛନ୍ତି ବିପନ୍ନ। ସୁବର୍ଣ୍ଣରେଖା ନଦୀ ବନ୍ୟାରେ ସାମାନ୍ୟ ସୁଧାର ଆସିଥିଲେ ବି ସ୍ବାଭାବିକ ହୋଇନି ସେମାନଙ୍କ ଜୀବନ। ଭୋଗରାଇ ବ୍ଲକର କୁମ୍ଭୀରଗଡି ପଞ୍ଚାୟତ, କୁଷୁଡା, ଗବଗାଁ, ମନୁନଗର ଏବଂ ରସଲପୁଲ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। କୁଲ୍ହା ଗାଁର ଶତାଧିକ ନଦୀକୂଳିଆ ଲୋକେ ଭୂଆଁ ବନ୍ଧ ଉପରେ ଜରିପାଲ ଟାଣି ଖୋଲା ଆକାଶ ତଳେ ଜୀବନ କାଟିଛନ୍ତି। ସମାନ ଅବସ୍ଥା ବାଲିଆପାଳ ବ୍ଲକର ତାଳପଦା, ବିଷ୍ଣୁପୁର, ଜାମକୁଣ୍ଡା ଗାଁର । ଲୋକଙ୍କ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା। ସେପଟେ ଭୋକ ଉପାସରେ ପିଲାଛୁଆଙ୍କୁ ଧରି ଆଜିକୁ ଛଅ ଦିନ ହେଲାଣି ସରକାରୀ ରିଲିଫକୁ ଚାହିଁ ରହିଛନ୍ତି ବନ୍ୟା ବପନ୍ନ। 

ପାଣି ଛାଡ଼ିବା ପରେ ଏବେ ଘର ଭିତର ଏବଂ ବାରଣ୍ଡାରେ କାଦୁଅ ପଚପଚ । ନଜ ଘରକୁ ସଜାଡିବାରେ ଲାଗିଛନ୍ତି। ଓଦା ଲୁଗାପଟାକୁ କାଢି ଘରକୁ ସଫା କରିବାରେ ବ୍ୟସ୍ତ ବନ୍ୟା ବିପନ୍ନ। ସୁବର୍ଣ୍ଣରେଖାର ପ୍ରଥମ ବନ୍ୟା ସତେ ଯେମିତି ଉତ୍ତର ବାଲେଶ୍ୱରର ଭାତ ହାଣ୍ଡି କୁହାଯାଉଥିବା ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏବେବି ହଜାର ହଜାର ହେକ୍ଟର ଚାଷ ଜମିରୁ ପାଣି ଛାଡିନଥିବାରୁ ଚାଷ ଯେମିତି ଉଜୁଡି ଯାଇଛି। ଜିଲ୍ଲାପାଳ କହିଛନ୍ତି ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି । କିଛି କିଛି ସ୍ଥାନରେ କ୍ଷୟକ୍ଷତିର ଆକଳନ ପାଇଁ ଅଧିକାରୀମାନଙ୍କୁ ଦାୟୀତ୍ୱ ଦିଆଯାଇଛି । ପୁରା ବନ୍ୟା ଛାଡିବା ମାତ୍ରେ ସରକାରୀ ରିଲିଫ କୋର୍ଡ ଅନୁଯାୟୀ କ୍ଷତିପୂରଣ ଦିଆଯିବ । 

Advertisment

ସୁବର୍ଣ୍ଣରେଖା ନଦୀରେ ବନ୍ୟା କିଛି ନୂଆ ନୂହେଁ, କିନ୍ତୁ ଏବର୍ଷ ଏକାସଙ୍ଗେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଯେଉଁଭଳି ବନ୍ୟା ଆସିଲା, ତାହା ଉତ୍ତର ବାଲେଶ୍ୱରର ବ୍ୟାପକ କ୍ଷୟକ୍ଷତି ଘଟାଇଲା । ଲୋକଙ୍କ ଧନଜୀବନ ନଷ୍ଟ କରିଛି, କଷ୍ଟ ଅର୍ଜିତ ଚାଷ ବି ଉଜୁଡି ଯାଇଛି । ଏବେ ଅପେକ୍ଷା ସରକାରୀ ସହୟାତକୁ ।  

Flood Control Flood In Odisha Flood Situation Flood Situation In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ