Advertisment

ବାଲେଶ୍ୱରରେ ବନ୍ୟା ବିତ୍ପାତ,ନଦୀ ବନ୍ଧ ଉପରେ ରାତି କାଟିଲେ ବିପନ୍ନ

ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ବେକେ ଉଚ୍ଚର ପାଣି। ବାଲେଶ୍ବର ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି । କୁମ୍ଭୀରଗଡ଼ି ପଞ୍ଚାୟତର ୫ ଗାଁର ୩ ଶହ ପରିବାର ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ।

ଅଦ୍ୟତନ ହୋଇଛି
Situation Remains Bleak in Flood-Affected Areas of Balasore

Flood-Affected

Advertisment

ବାଲେଶ୍ବର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି। ନଦୀ ବନ୍ଧ ଉପରେ କଟୁଛି ଜୀବନ। କିଏ ତମ୍ବୁ ଟାଣି ଜୀବନ କାଟୁଛନ୍ତି ତ ଆଉ କିଏ ଖୋଲାରେ ପଡ଼ିରହିଛନ୍ତି। ସକାଳେ କିଛି ଖାଇବାକୁ ମିଳିଥିବା ବେଳେ ଦିନ ୪ ଟାରେ ମିଳିଥିଲା ଭାତ ଓ ଡାଲମା। ହେଲେ ରାତି ହେଉ ହେଉ ନା ପାନୀୟ ଜଳ ନା ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ଫଳରେ କିଟିମିଟି ଅନ୍ଧାରରେ ତମ୍ବୁ ତଳେ ଲୋକେ ଜୀବନ କାଟୁଥିବା ସୂଚନା ମିଳିଛି।

Advertisment

ଅଧିକ ପଢନ୍ତୁ : ବନ୍ୟା ଜଳରେ ବୁଡିଛି ବାଲେଶ୍ୱର, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ରାତି ୮ ଟାରେ ମୁଠାଏ ଚୁଡା ଓ ଚିନି ଦେଇ ପ୍ରଶାସନ ନିଜ କର୍ତ୍ତବ୍ୟ ସାରିଦେଇଥିବା ଅଭିଯୋଗ ଉଠିଛି। ସ୍କୁଲ ଏବଂ ବାତ୍ୟା ଆଶ୍ରୟ ସ୍ଥଳୀ ବନ୍ୟା ପ୍ରଭାବିତଙ୍କ ଘର ପାଖରୁ ଦୂରରେ ଥିବାରୁ ସେମାନେ ବାଧ୍ୟ ହୋଇ ନଦୀ ବନ୍ଧ ରାସ୍ତାରେ କିଟିମିଟି ଅନ୍ଧାରରେ ଜୀବନ ବିତାଉଛନ୍ତି। ସରିସୃପ ଭୟ ଥିଲେ ମଧ୍ୟ ପିଲାଛୁଆଙ୍କୁ ଧରି ବାଧ୍ୟରେ ନଦୀ ବନ୍ଧରେ ରାତି କାଟୁଛନ୍ତି କୁମ୍ଭୀରଗଡି ପଞ୍ଚାୟତର ୫ ଗାଁର ପାଖାପାଖି ୩ଶହ ପରିବାର। ବାଲେଶ୍ବର ଜିଲ୍ଲାର ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ। ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।

Advertisment

 

ସେପଟେ ଉତ୍ତର ଓଡ଼ିଶାରେ ବନ୍ୟା କ୍ଷୟକ୍ଷତି ନେଇ ଆସିଛି ରିପୋର୍ଟ। ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଲଘୁଚାପ ଏବଂ ଅବପାତ ପ୍ରଭାବରେ ହୋଇଥିବା ବର୍ଷା ଏବଂ ତା’ପରବର୍ତ୍ତୀ ବନ୍ୟା ସ୍ଥିତିର କ୍ଷୟକ୍ଷତି ରିପୋର୍ଟ ଜାରି କରିଛନ୍ତି SRC। ବାଲେଶ୍ବର ଜିଲ୍ଲାରେ ୫ଟି ବ୍ଲକ, ୧୪୧ଟି ଗାଁ ଏବଂ ୩୫ ହଜାର ୬୫୪ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ୧୧ ହଜାର ୬୩୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଂଶିକ ଭାବେ ୧୦୨ଟି ଘର ନଷ୍ଟ ହୋଇଛି।

ଅଧିକ ପଢନ୍ତୁ : ବନ୍ୟାରେ ବେହାଲ୍ ଉତ୍ତର ଓଡ଼ିଶା, ଜଳବନ୍ଦୀ ଗାଁକୁ ଜଳମଗ୍ନ ଚାଷଜମି !

ସେହିପରି ମୟୁରଭଞ୍ଜ ଜିଲ୍ଲାରେ ୨୨ଟି ବ୍ଲକ, ୧୦୧ଟି ଗାଁ ଏବଂ ବାରିପଦା ସହରର ୧୧ ନମ୍ବର ୱାର୍ଡ ପ୍ରଭାବିତ ହୋଇଛି। ବନ୍ୟାରେ ଏହି ଜିଲ୍ଲାରେ ମୋଟ୍ ୨ହଜାର ୩୫ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ସ୍ଥାନାନ୍ତର କରାଯାଇଛି ୧୬ଶହ ୩ ଜଣଙ୍କୁ। ଏହାବ୍ୟତୀତ ୩୩୪ଟି ବାସଘର ନଷ୍ଟ ହୋଇଛି।...ସେପଟେ କେନ୍ଦୁଝର ଜିଲ୍ଲାରେ ୫ଟି ବ୍ଲକ, ୨୨ଟି ଗାଁ ଏବଂ ୧୧ଶହ ୬୦ ଜଣ ଲୋକ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି SRC।

Advertisment

Flood In Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ