Advertisment

ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ବନାଗ୍ନି, ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ମାଡ଼ି ଚାଲିଛି ନିଆଁ

ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ସାମିଲ ଅଛନ୍ତି ।

ଅଦ୍ୟତନ ହୋଇଛି
Similipala Fire

Similipala Fire

Advertisment

ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ। ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡ଼ି ଚାଲିଛି । ଆଜି ପୁଣି ଶିମିଳିପାଳର ୩୫ଟି ପଏଣ୍ଟରେ ଲାଗିଛି ନିଆଁ। ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ ।

Advertisment

ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ସାମିଲ ଅଛନ୍ତି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ବହୁ ମୂଲ୍ୟବାନ ଗଛ ସହ ଔଷଧୀୟ ଗଛ ଏବେ ବିପଦରେ । ଶିମିଳିପାଳ ଅଭୟାରଣ୍ୟରେ ୨୮୪ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ନିଆଁକୁ ରୋକି ପାରୁନି ବନବିଭାଗ । ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ୧ ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି । ତଥାପି ନିଆଁକୁ ଆୟତ୍ତ କରାଯାଇ ପାରୁନି ।

ସେହପିରି ନିଆଁର ଆଁ ଭିତରେ ପ୍ରତୀକ୍ଷିତ ସାରକୁଣ୍ଡା ରିଜର୍ଭ ଫରେଷ୍ଟ । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ବନାଞ୍ଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ଭୟଙ୍କର ନିଆଁ । ନିଆଁର ପ୍ରକୋପ ଏତେ ମାତ୍ରାଧିକ ରହିଛି ଯେ ଅନେକ ଦୂରକୁ ଏହା ସ୍ପଷ୍ଟ ଦେଖାଯାଉଛି । ସାରକୁଣ୍ଡା
ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ସହିତ ଜୀବ ଜନ୍ତୁ ଏବେ ବିପଦରେ । ଦୁଇ ଦିନ ହେଲା ଏହି ଜଙ୍ଗଲ ଜଳୁଥିଲେ ସୁଦ୍ଧା ଏଥିପ୍ରତି ବନ ବିଭାଗର ନିଘା ନାହିଁ ।

Advertisment

ତେବେ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ରାଜ୍ୟରେ ଜଙ୍ଗଲ ନିଆଁ ଉଗ୍ର ରୂପ ନେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। କହିଛନ୍ତି, ଏମିତି ଜାରି ରହିଲେ, ଆଗକୁ ମରୁଭୂମି ପାଲଟିଯିବ ଓଡ଼ିଶା। ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ ।

Fire Breaks Out Similipal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ