Advertisment

Shortage Of Doctors: ଡାକ୍ତର ମରୁଡ଼ି: ରାଜ୍ୟରେ ଫାଙ୍କା ପଡ଼ିଛି ୫ହଜାର ୮୩୪ ଡାକ୍ତର ପଦବୀ...

ଲମ୍ବା ଲାଇନରେ ରୋଗୀ, ହେଲେ ଦେଖିବା ପାଇଁ ନାହାନ୍ତି ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର।

ଅଦ୍ୟତନ ହୋଇଛି
undefined

Shortage Of Doctors

Advertisment

ଡାକ୍ତର ମରୁଡ଼ିରେ ରାଜ୍ୟରେ ଚାଲିଛି ଚିକିତ୍ସା ସେବା। ଫାଙ୍କା ପଡ଼ିଛି ୫ ହଜାର ୮୩୪ ଡାକ୍ତର ପଦବି। ଏପରିକି ବିଶେଷଜ୍ଞ ଡାକ୍ତର ପଦବି ମଧ୍ୟରୁ ୫୫ ଭାଗ ଖାଲି ପଡ଼ିଛି। ଏମିତିକି ରାଜ୍ୟରେ ଯେତିକି ଡାକ୍ତର ଅଛନ୍ତି, ସେମାନଙ୍କ ମଧ୍ୟରୁ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି ୧୯୬ ଜଣ। ବିଧାନସଭାରେ ଏହାକୁ ସ୍ବୀକାର କରିଛନ୍ତି ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ। ଏପଟେ ଡାକ୍ତର ସଂଘ କହିଛି, ଡାକ୍ତର ପଦବି ପୂରଣ ଲାଗି ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ଦାୟୀ।

Advertisment

ଲମ୍ବା ଲାଇନରେ ରୋଗୀ, ହେଲେ ଦେଖିବା ପାଇଁ ନାହାନ୍ତି ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର। ଚିକିତ୍ସା ସେବା ଟିକେ ପାଇବାକୁ ବହୁ ଆଶା ନେଇ ଜିଲ୍ଲାର କୋଣ ଅନୁକୋଣରୁ ପ୍ରତିଦିନ ଏଠାରୁ ଶହ ଶହ ରୋଗୀ ଧାଇଁ ଆସୁଛନ୍ତି। ହେଲେ, ଏଠି ପହଞ୍ଚିବା ପରେ ସବୁ ଆଶା ମଉଳି ଯାଉଛି। CDMO କହିଛନ୍ତି, ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ଅଧା ଡାକ୍ତର ପଦବି ଖାଲି ପଡ଼ିଛି। ଏଠାରେ ୧୪୦ ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ଅଛନ୍ତି ମାତ୍ର ୭୨ ଜଣ। ଆନାସ୍ଥେସିଆ, ହୃଦରୋଗ, ଛାତିରୋଗ ଭଳି ବିଭାଗରେ ଜଣେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି। 

ଅଧିକ ପଢ଼ନ୍ତୁ: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

Advertisment

ସେହିପରି ପୂରା ଜିଲ୍ଲାରେ ୩୮୫ ଜଣ ଡାକ୍ତର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୫୧ ଜଣ। ଅର୍ଥାତ୍ ଖାଲି ପଡ଼ିଛି ୬୧ ଭାଗ ଡାକ୍ତର ପଦବି। ଆଉ ନୟାଗଡ଼ ଜିଲ୍ଲା ସ୍ଥିତି ନକହିବା ଭଲ। ଜିଲ୍ଲାରେ ବିଭିନ୍ନ ବିଭାଗରେ ୮୨ଟି ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବା ବେଳେ ଅଛନ୍ତି ମାତ୍ର ୩ ଜଣ। ୭୯ ବିଶେଷଜ୍ଞ ଡାକ୍ତର ପଦବି ଫାଙ୍କା ପଡ଼ିଛି। ଜିଲ୍ଲାରେ ମେଡିସିନ୍, ସ୍ତ୍ରୀ ରୋଗ, ଶିଶୁ, ସର୍ଜରୀ, ଆନାସ୍ଥେସିଆ, ଆଖି, ଅସ୍ଥିଶଲ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନାହାନ୍ତି। 

କେବଳ ଏ ଦୁଇ ଜିଲ୍ଲା ନୁହେଁ, ସାରା ରାଜ୍ୟରେ ଡାକ୍ତର ଅଭାବର ସମାନ ଚିତ୍ର। ଡାକ୍ତର ମରୁଡ଼ିରେ ଚାଲିଛି ସରକାରୀ ଡାକ୍ତରଖାନା। ବିଧାନସଭାରେ ବି ଏହାକୁ ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଲିଖିତ ଉତ୍ତରରେ କହିଛନ୍ତି, ରାଜ୍ୟରେ ୩୭ ପ୍ରତିଶତ ବା ୫ ହଜାର ୮୩୪ ଡାକ୍ତର ପଦବି ଫାଙ୍କା ପଡ଼ିଛି। ରାଜ୍ୟରେ ମୋଟ ୧୫ ହଜାର ୭୭୪ ମଞ୍ଜୁରପ୍ରାପ୍ତ ଡାକ୍ତର ପଦବି ଥିବା ବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୯ ହଜାର ୯୪୦ ଡାକ୍ତର। ସେହିଭଳି ବିଶେଷଜ୍ଞ ଡାକ୍ତର କ୍ଷେତ୍ରରେ ସ୍ଥିତି ଅତି ସଙ୍ଗୀନ। ଫାଙ୍କା ପଡ଼ିଛି ୧ ହଜାର ୫୪୦ ବିଶେଷଜ୍ଞ ଡାକ୍ତର ପଦବି। ଅନ୍ୟ ଏକ ଲିଖିତ ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କ ମଧ୍ୟରୁ ୧୯୬ ଜଣ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି। ସରକାରୀ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି। 

Advertisment

ଏପଟେ ଓଡ଼ିଶା ମେଡିକାଲ୍ ସର୍ଭିସ ଆସୋସିଏସନ୍-ଓମ୍ସା କହିଛି, ଡାକ୍ତର ପଦବି ପୂରଣ ଲାଗି ସଂଘ ବାରମ୍ବାର ସରକାରଙ୍କୁ ଦାବି କରିଆସୁଛି। ହେଲେ କୌଣସି ସୁଫଳ ମିଳୁନି। ରୋଗୀ-ଡାକ୍ତର ଅନୁପାତ ଢେର ଅଧିକ ରହୁଥିବାରୁ ବହୁ ସମୟରେ ଡାକ୍ତରମାନେ ଚାପରେ ରହୁଛନ୍ତି। ଅନ୍ୟପଟେ ନିକଟରେ ୫ ହଜାର ୨୪୮ ଡାକ୍ତର ପଦବି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ, ସେଥିରେ ଅଣସଂରକ୍ଷିତ ବର୍ଗ ଲାଗି ମାତ୍ର ୪୧୧ ଓ SEBC ବର୍ଗ ପାଇଁ ୭୩୬ଟି ପଦବି ରହିଛି। ହେଲେ SC-ST ବର୍ଗ ପାଇଁ ୪ ହଜାର ୧୦୧ ପଦବି ସଂରକ୍ଷିତ ରଖାଯାଇଛି। SC-ST ବର୍ଗରେ ରାଜ୍ୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ବେଳେ କିଭଳି ଡାକ୍ତର ପଦବି ପୂରଣ ହେବ ବୋଲି ସେ ନେଇ ପ୍ରଶ୍ନ କରିଛି ଓମ୍ସା।

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

Odisha News Odisha Doctors Shortage Of Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ