Picture Inside Lingaraj Temple
ଲିଙ୍ଗରାଜ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ଫଟୋ ଉଠିଥିବା ପ୍ରସଙ୍ଗରେ ସେବାୟତଙ୍କୁ ନୋଟିସ୍ । ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜିକିଶୋର ମହାପାତ୍ରଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ ହୋଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି। କେଉଁ ପରିସ୍ଥିତିରେ ଓ କିଭଳି ନିୟମ ବିରୋଧରେ ଯାଇ ସଂପୃକ୍ତ ସେବାୟତ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଲେ ତାର ତଦନ୍ତ ବି ହେବ । ବାରମ୍ବାର ଏଭଳି ଘଟଣା ଘଟୁଛି । ଆଗକୁ ଏମିତି ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ନିୟମକୁ କଡ଼ାକଡ଼ି କରାଯିବ ବୋଲି ଏଡିଏମ୍ କହିଛନ୍ତି ।
ବିଧାୟକ ବାବୁ ସିଂ କହିଛନ୍ତି, ଏହା ଏକ ଗୁରୁତର ତ୍ରୁଟି । ଏଭଳି ଭୁଲ ବାରମ୍ବାର ହେଉଛି । ଖୋଦ୍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କ୍ୟାମେରା ଟିମଙ୍କୁ ବାହାରେ ରଖାଗଲା । ଲିଙ୍ଗରାଜ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ କେଉଁ ପର୍ଯ୍ୟନ୍ତ କ୍ୟାମେରା ଯାଇପାରିବ ସେନେଇ ସ୍ୱତନ୍ତ୍ର ନିୟମ ଅଛି। ଯେଉଁମାନେ ନିୟମଉଲଂଘନ କରିଛନ୍ତି, ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ପାଇଁ ଚିଠି ଲେଖାଯିବ ବୋଲି ବାବୁ ସିଂ କହିଛନ୍ତି।
ଭୁବନେଶ୍ବର ଗସ୍ତରେ ଆସିଥିବା ବେଳେ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ମନ୍ଦିର ଭିତରେ ଉଠାଇଥିବା ଫଟୋ ଭାଇରାଲ୍ ହେବା ପରେ କିଭଳି କ୍ୟାମେରା ଭିତରକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730189292.jpg)