Advertisment

ଲିଙ୍ଗରାଜ ମନ୍ଦିର ଭିତରେ ଭିଡିଓ କରି ଫସିଗଲେ ଶିଳ୍ପା ସେଟ୍ଟୀ !

ଭିଡିଓ ଭାଇରାଲ୍ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା । ଶିଳ୍ପାଙ୍କ ସହ ଭିିଡିଓରେ ଥିବା ସେବାୟତଙ୍କୁ ନୋଟିସ୍ ।

undefined

Lingaraj Temple

Advertisment

୨୦୧୮ ମାର୍ଚ୍ଚରେ ରବିନା ଟଣ୍ଡନ୍। ଆଉ ଏବେ ଶିଳ୍ପା ସେଟ୍ଟୀ। ପ୍ରଥମ ଘଟଣାର ପାଖାପାଖି ସାଢ଼େ ୬ ବର୍ଷ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଭିଡିଓଗ୍ରାଫିକୁ ନେଇ ବିବାଦରେ ଆଉ ଜଣେ ବଲିଉଡ୍ ସୁନ୍ଦରୀ। ସେବେ ପୋଲିସ୍, ସେବାୟତ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରର ମୁଖଶାଳା ଆଗରେ ରୂପ ଚର୍ଯାର ଟିପ୍ସ ଦେଇଥିଲେ ରବିନା। ଆଉ ଏବେ ଖୋଦ୍ ମନ୍ଦିର ସୁପରଭାଇଜରଙ୍କ ଉପସ୍ଥିତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ହେଲା ମନ୍ଦିର ପରିଦର୍ଶନ ସମୟର ଫଟୋ ଓ ଭିଡିଓଗ୍ରାଫି।

Advertisment

ଗତକାଲି ଶିଳ୍ପାଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ବେଢ଼ା ଭିତରେ ମନ୍ଦିରର ମହାତ୍ମ୍ୟ ସଂପର୍କରେ ଶିଳ୍ପାଙ୍କୁ ବୁଝାଉଛନ୍ତି ସେବାୟତ । ଯିଏ କି ମନ୍ଦିରର ସୁପରଭାଇଜର ରାଜକିଶୋର ମହାପାତ୍ର। ଶିଳ୍ପାଙ୍କ ଭିଡିଓ ଗ୍ରାଫର ୟାର ଭିଡିଓ କରୁଛନ୍ତି, ସବୁ ଜାଣି ରାଜକିଶୋର ଟିକେ ବି ବିରୋଧ କରୁ ନାହାନ୍ତି, ବରଂ ବୁଝାଇ ଚାଲିଛନ୍ତି। ଯାହାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା। ଖୋଦ୍ ବ୍ରାହ୍ମଣ ନିଯୋଗ ସଂପାଦକ କହିଛନ୍ତି, ଭୁଲ ଯେତିକି ଶିଳ୍ପାଙ୍କର, ତାଠୁ ଅଧିକ ସଂପୃକ୍ତ ସେବାୟତଙ୍କର।

ନିୟମ ଅନୁସାରେ ମନ୍ଦିରର ସିଂହଦ୍ୱାରଠୁ କ୍ୟାମେରା, ମୋବାଇଲ ଫୋନ୍ ଓ ଯେକୌଣସି ଡିଜିଟାଲ୍ ଡିଭାଇସକୁ ଭିତରକୁ ଛଡ଼ାଯିବା ନିଷିଦ୍ଧ। ହେଲେ ଶିଳ୍ପାଙ୍କ ଟିମ୍‌କୁ କିଭଳି କ୍ୟାମେରା ସହ ଯିବାକୁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ବିଧାୟକ ବାବୁ ସିଂ ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ରଖି କିଭଳି ଏ ଭୁଲ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ବିବାଦ ବଢ଼ିବା ପରେ ସଂପୃକ୍ତ ସେବାୟତ ରାଜ କିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି ମନ୍ଦିର ପ୍ରଶାସନ। ସେହିପରି କେଉଁ ପରିସ୍ଥିତିରେ ଏବଂ କାହା ଅନୁମତିରେ ମନ୍ଦିର ଭିତରକୁ କ୍ୟାମେରା ଟିମ୍‌କୁ ଛଡ଼ାଗଲା ତାର ତଦନ୍ତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଅପରପକ୍ଷେ ମନ୍ଦିର ଭିତରେ ସେଲିବ୍ରିଟି ଓ ଭିଭିଆଇପିଙ୍କ ପାଇଁ ବାରମ୍ବାର ଏଭଳି ନିୟମ ଭାଙ୍ଗୁଥିବାରୁ ଏହା ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ସହ ନିୟମ କଡ଼ାକଡ଼ି କରିବାକୁ ଦାବି ହେଉଛି।

Advertisment

Lingaraj Temple Shilpa Shetty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ