Advertisment

ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା।

ଅଦ୍ୟତନ ହୋଇଛି
Poet Award 2024

Poet

Advertisment

ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାବାନ ଯୁବପିଢ଼ିର ଦୁଇ ସୁଖ୍ୟାତ କବି ଡକ୍ଟର ଶକ୍ତି ମହାନ୍ତି ( ଜନ୍ମ - ୧୯୭୪) ଏବଂ ହେମନ୍ତ ଦଳପତି ( ଜନ୍ମ ୧୯୭୪)  ୨୦୨୪ ବର୍ଷ ପାଇଁ କବି ଚନ୍ଦ୍ର କୁମାର ମହାନ୍ତି ଯୁବପ୍ରତିଭା କବିତା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସ୍ମୃତି କମିଟି ପକ୍ଷରୁ ଏକ ବିବୃତିରେ ଆବାହକ କୃଷ୍ଣ କୁମାର ମହାନ୍ତି ଓ ଉତ୍ପଳ ମହାନ୍ତି ଜଣାଇଛନ୍ତି। 

Advertisment

ଆଗାମୀ ୦୬.୦୭.୨୦୨୪, ଶନିବାର ଦିନ ସଂଧ୍ୟା ୬ଟାରେ ବାଲେଶ୍ଵର ସ୍ଥିତ ଭେନିଆ ପାରାଡାଇଜ୍ ସଭାଘରେ ଅନୁଷ୍ଠିତ ହେବାକୁ ଥିବା ୮ମ ସ୍ମୃତି ଉତ୍ସବରେ ଏହି ସମ୍ମାନ ଅର୍ପଣ କରାଯିବ। କବି ଶକ୍ତି ମହାନ୍ତି ଓ କବି ହେମନ୍ତ ଦଳପତି ଓଡ଼ିଆ କବିତାର ଜଣେ ଜଣେ ପ୍ରତିଶ୍ରୁତିବଦ୍ଧ କବି ଭାବରେ ସ୍ୱୀକୃତ ଅଟନ୍ତି। କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା। 

ଏଠାରେ ସୂଚନାଯୋଗ୍ୟ ଯେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରେ ୨୦୧୮ ମସିହା ଠାରୁ ୫୦ ବର୍ଷରୁ କମ୍ ବୟସ ସୀମାର ଜଣେ ଯୋଗ୍ୟ ଯୁବ ପ୍ରତିଭାଙ୍କୁ ମନୋନୀତ କରାଯାଇ ଏହି ସ୍ମୃତି ସମ୍ମାନ ପ୍ରଦାନ କରାଯିବାକୁ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଏ ସମ୍ମାନ ପୂର୍ବ ବର୍ଷମାନଙ୍କରେ କବି ପ୍ରତୀକ୍ଷା ଜେନା, କବି ସରୋଜ ବଳ, କବି ଶୁଭଶ୍ରୀ ଲେଙ୍କା, କବି କିଶୋର ପାଣିଗ୍ରାହୀ, କବି ଲିପିକା ଦାସ, କବି ଅଙ୍ଗୁରବାଳା ପରିଡା ଓ କବି ମନୋଜ କୁମାର ମେହେର୍ ପ୍ରମୁଖ ଗ୍ରହଣ କରିଛନ୍ତି।

Advertisment

ଏ ଅବସରରେ ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁ କବି ଶକ୍ତି ମହାନ୍ତି ଓ କବି ହେମନ୍ତ ଦଳପତି ମିଳିତ ଭାବେ ମନୋନୀତ ହୋଇଥିବା ଘୋଷଣା କରାଯାଇ ସ୍ମୃତି କମିଟି ପକ୍ଷରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଜୁଲାଇ ୬ରେ ହେବାକୁ ଥିବା ସ୍ମୃତି ଉତ୍ସବରେ କବି ଉତ୍ପଳ ମହାନ୍ତିଙ୍କ କବିତା ପୁସ୍ତକ 'ଆମଲେଟ୍ : ଏକ ଭ୍ରୁଣହତ୍ୟାର କଥା' ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ମୃତି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।

Poet Writer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ