MKCG
ବ୍ରହ୍ମପୁର MKCG ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ । MBBS ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ନ୍ୟାସନାଲ ମେଡିକାଲ କାଉନସିଲର ଆଣ୍ଟି ରାଗିଂ ସେଲରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍ଙ୍କୁ ଚିଠି ଲେଖିଛି NMC । NMC ପକ୍ଷରୁ ଚିଠି ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିନ୍ ।
ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଅନ୍ଧାର କରି ପିଟିବା ସହ ନଚାଇବା, ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଛି । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ନେଇ NMCରେ ଅଭିଯୋଗ ରହିଛି । ଏନେଇ କଲେଜର ଆଣ୍ଟି ରାଗିଂ ସେଲରେ ବୈଠକ ବସିବ । ଏଥିରେ ଉଭୟ ଦ୍ବିତୀୟ ବର୍ଷ ଓ ସିନିୟର ଛାତ୍ର ମାନେ ବୈଠକରେ ଉପସ୍ଥିତ ରହିବେ । ଅଭିଯୋଗର ସତ୍ୟାସତ୍ୟ ମିଳିଲେ ରାଗିଂ କରିଥିବା ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ଡିନ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/MKCG__1729843294.jpg)