Advertisment

ଖତ ଖାଉଛି ଅର୍ପଣ ଚାଉଳ; ଓଦା ହୋଇ ବାହାରିଲାଣି ଦୁର୍ଗନ୍ଧ...

ଗୁମୁଟରେ ପାଣି ପଶିବାରୁ ଓଦା ହୋଇ ଦୁର୍ଗନ୍ଧ ବାହାରିଲାଣି । ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ପଡିଛି ବସ୍ତା ବସ୍ତା ଅର୍ପଣ ଚାଉଳ ।

ଅଦ୍ୟତନ ହୋଇଛି
Arpan Rice Rotting

Arpan Rice Rotting

Advertisment

ଖତ ଖାଉଛି ଅର୍ପଣ ଚାଉଳ । ଗୁମୁଟରେ ପାଣି ପଶିବାରୁ ଓଦା ହୋଇ ଦୁର୍ଗନ୍ଧ ବାହାରିଲାଣି । ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ପଡିଛି ବସ୍ତା ବସ୍ତା ଅର୍ପଣ ଚାଉଳ । ଯାହା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାରା ଓଡିଶାବାସୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ ଚାଉଳ ପ୍ରଦାନ କରିଥିବା ବେଳେ ତାହା ଏବେ ଖତଖାଉଛି । 

Advertisment

ଅର୍ପଣରତ ଚାଉଳର ଭାଗ୍ୟ ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ଯାହାକୁ ନେଇ ଭକ୍ତ ମାନେ ପ୍ରଶ୍ନ କରିଛନ୍ତି। ଭାବାବେଗରେ ଭକ୍ତ ମାନେ ଦେଇଥିଲେ ମହାପ୍ରସାଦ ଭାବେ ବଣ୍ଟନ ହେବ। କିନ୍ତୁ ଗତ ଜୁନ ମାସରୁ ମହାପ୍ରସାଦ ବଣ୍ଟନ ବନ୍ଦ ରହିଛି । ୧୦ ହଜାର କ୍ୟୁଣ୍ଟାଲ ଚାଉଳ ବିଭିନ୍ନ ସ୍ଥାନରେ ପଡିରହିଛି। ଏହାକୁ ନେଇ ଏବେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । 

ସେପଟେ ଚାଉଳ ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ପଡ଼ି ଦୁର୍ଗନ୍ଧକୁ ସ୍ବୀକାର କରିଛନ୍ତି ଜିଲ୍ଲାପାଳ । ଦିନେ ଦୁଇଦିନ ଭିତରେ ସ୍ଥାନାନ୍ତର କରାଯିବ ଏବଂ ଅନ୍ୟ ଚାଉଳ କଣ କରାଯିବ ସୁଚିନ୍ତିତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Advertisment

ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସେତେବେଳର ବିଜେଡି ସରକାର, ସେଇ ମାସ ୬ରୁ ୧୬ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଜଗନ୍ନାଥ ପରିକ୍ରମା ରଥ ବୁଲାଇ ଲୋକଙ୍କଠୁ ସଂଗ୍ରହ କରିଥିଲେ ଅର୍ପଣ ଚାଉଳ। ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଠାକୁରଙ୍କୁ ଭୋଗ ଲାଗିବ। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ୍‌ ଚାଉଳ ରାଜ୍ୟର କୋଣ ଅନୁକୋଣରୁ ପୁରୀ ଆସିଥିଲା। ହେଲେ ଅରୁଆ-ଉଷୁନା ସହ ବାରମିଶା ଚାଉଳ ଥିବାରୁ ତାକୁ ନେଇ ଆପତ୍ତି ଉଠିଥିଲା। କିନ୍ତୁ ପରେ ସେଥିରୁ ପ୍ରାୟ ୪ ହଜାର କ୍ୱିଣ୍ଟାଲ୍‌ ଭଲ ଚାଉଳ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର-ମହାସୁଆର ନିଯୋଗକୁ ଦିଆଯାଇଥିଲା। ଯେଉଁଥିରେ ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କୁ ବଣ୍ଟାଯାଉଥିଲା। ଏବେ ମଧ୍ୟ ନିଯୋଗ ପାଖରେ ଆହୁରି ହଜାରେ କ୍ୱିଣ୍ଟାଲ ଚାଉଳ ଗଚ୍ଛିତ ଅଛି। ବାକି ୧୦ ହଜାର କ୍ୱିଣ୍ଟାଲ ଚାଉଳ ଗୁଣ୍ଡିଚା ଘର, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ଯୋଗାଣ ବିଭାଗ ଗୋଦାମରେ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଲାଣି। ଚାଉଳରେ ପୋକ ସାଲୁବାଲୁ ହେଲେଣି। ରହି ରହି ଗନ୍ଧେଇଲାଣି ବୋଲି ଆଲୋଚନା ହେଉଛି। 

Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ