IPS Officer Rajesh Pandit
ବରିଷ୍ଠ IPS ଅଫିସର ରାଜେଶ ପଣ୍ଡିତ ସସ୍ପେଣ୍ଡ। ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ଚାକିରିରୁ ନିଲମ୍ବିତ। କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ରାଜେଶ ପଣ୍ଡିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ୨୭ ତାରିଖ ରାତିର ଘଟଣା ପାଇଁ ସସ୍ପେଣ୍ଡ ହୋଇଛନ୍ତି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ରାଜେଶ ପଣ୍ଡିତଙ୍କ ବିରୋଧରେ ରିପୋର୍ଟ ଦେଇଥିଲେ ପୋଲିସ ଡିଜି ଅରୁଣ ଷଡଙ୍ଗୀ। ଅଭିଯୋଗ ହୋଇଥିଲା, ଗତ ୨୭ ତାରିଖରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇଥିଲେ। ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିଲେ।
ଏହି ଘଟଣାରେ ମାମଲା ଦାଏର କରିଥିଲେ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ। ପୋଲିସ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722321786.jpg)