ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ । ଏହା ପର ମାସରେ GPLF, CPL ଓ BLFଙ୍କୁ ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବ ସରକାରରେ ବହୁ ମହିଳା SHGରୁ ବଞ୍ଚିତ ଅଛନ୍ତି । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
Also Read
ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚୁପ୍ ସୈତାନ ବୋଲି କଟାକ୍ଷ କଲେ ସୌମ୍ୟ; କହିଲେ, ‘ସମ୍ରାଟ ଆଜି ଚୁପ୍ କାହିଁକି’
ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ିଥିଲେ କହି ଟାର୍ଗେଟ କରିଛନ୍ତି । ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ଯେଉଁମାନେ ୨ଥର ୪ ବର୍ଷରୁ ଅଧିକ ରହି ସାରିଛନ୍ତି ସେମାନେ ଆଉ ରହି ପାରିବେ ନାହିଁ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ। ପୂର୍ବ ସରକାରରେ ବିନା ରେଜିଷ୍ଟ୍ରେସନରେ SHGକୁ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନ ଥିବାରୁ ଅଡିଟ୍ ହୋଇନାହିଁ ବୋଲି ସେ କହିଛନ୍ତି । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡିଟ ନାହିଁ ତା’ର ଉଦ୍ଦେଶ୍ୟ କ’ଣ ଜଣାପଡୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।