Advertisment

କିଏ ହେବେ ନୂଆ ଡିଜିପି ? ତିନି ବରିଷ୍ଠ IPSଙ୍କ ବାୟୋଡାଟା ମାଗିଲେ ରାଜ୍ୟ ସରକାର...

ନୂଆ ଡିଜିପି ଚୟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ତିନି ବରିଷ୍ଠ IPSଙ୍କ ବାୟୋଡାଟା ମାଗିଲେ ରାଜ୍ୟ ସରକାର ।

ଅଦ୍ୟତନ ହୋଇଛି
New DGP Selection Process Underway In Odisha

Selection Process for New DGP

Advertisment

ନୂଆ ଡିଜିପି ଚୟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ତିନି ବରିଷ୍ଠ IPSଙ୍କ ବାୟୋଡାଟା ମାଗିଲେ ରାଜ୍ୟ ସରକାର। ତିନି ବରିଷ୍ଠ IPS ହେଉଛନ୍ତି ଅରୁଣ କୁମାର ରାୟ, ଏସ୍ ଏମ୍  ନରଭାଣେ ଏବଂ ୱାଇ. ବି. ଖୁରାନିଆ। ଏମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସହ ଏକାଡେମୀ ଆଚିଭମେଣ୍ଟ ସମ୍ପର୍କରେ ସବୁ ତଥ୍ୟ ମଗାଯାଇଛି। 

Advertisment

ଏବେ ୧୯୮୮ ବ୍ୟାଚ୍ IPS ଅରୁଣ କୁମାର ରାୟ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ-ଷ୍ଟେସନାରୀ ଏବଂ ପବ୍ଲିକେସନ୍‌ରେ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ରହିଛନ୍ତି। ସେହିପରି ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଏସ୍. ଏମ୍  ନରଭାଣେ ରାଜ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି । ୧୯୯୦ ବ୍ୟାଚ୍ ୟାଇ ବି ଖୁରାନିଆ ଏବେ ଦିଲ୍ଲୀ ବିଏସଏଫ୍ ହେଡକ୍ବାଟରରେ ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବରେ ରହିଛନ୍ତି। ତେବେ ତାଙ୍କୁ ପ୍ୟାରେଣ୍ଟ କ୍ୟାଡରକୁ ଅର୍ଥାତ୍ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ଅଧିକ ପଢନ୍ତୁ : କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

Advertisment

ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ବ ନିର୍ବାହ କରିଛନ୍ତି। ତା ପରେ ସଦର୍ଣ୍ଣ ରେଞ୍ଜ ଡିଆଇଜି, ନଦର୍ଣ୍ଣ ରେଞ୍ଜ ଡିଆଇଜି, ଆଇଜି ନଦର୍ଣ୍ଣ ରେଞ୍ଜ, ଆଇଜି ସ୍ପେଶାଲ୍ ଆର୍ମଡ୍ ପୋଲିସ ଏବଂ ଆଇଜି ଅପରେସନ, ଭୁବନେଶ୍ବର ପଦରେ ମଧ୍ୟ ଥିଲେ । 

ତେବେ ଅଚାନକ କାର୍ଯ୍ୟକାଳ ପୂରିବା ଆଗରୁ କେନ୍ଦ୍ରୀୟ ଡେପୁଟେସନରୁ ଆଇପିଏସ୍ ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ହେଉଥିବାରୁ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Advertisment

DGP Odisha Govt IPS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ