Advertisment

PM Modi Odisha Visit: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଡବଲ ଇଞ୍ଜିନ ସରକାରଙ୍କ ରିପୋର୍ଟ କାର୍ଡ ରଖିବେ

ଡବଲ ଇଞ୍ଜିନ୍ ସରକାରଙ୍କ ରିପୋର୍ଟ କାର୍ଡ ରଖିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି । ପ୍ରସ୍ତୁତ ଜନତା ମୈଦାନ, ଉତ୍ସାହିତ ବିଜେପି କ୍ୟାମ୍ପ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଖୋଲିବେ ବିକାଶର ପେଡି । ମୋହନ ସରକାରଙ୍କ ଭିଜନ ଓଡିଶା ୨୦୩୬ ଡକ୍ୟୁମେଣ୍ଟର କରିବେ ଲୋକାର୍ପଣ ।

ଅଦ୍ୟତନ ହୋଇଛି
undefined

PM Modi Odisha Visit

Advertisment

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାବାସୀଙ୍କ ପାଖରେ ମୋହନ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧି ରଖିବେ । ଏହାସହ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ କିଛି ଯୋଜନାର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । 

Advertisment

ଡବଲ ଇଞ୍ଜିନ୍ ସରକାରଙ୍କ ରିପୋର୍ଟ କାର୍ଡ ରଖିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି । ପ୍ରସ୍ତୁତ ଜନତା ମୈଦାନ, ଉତ୍ସାହିତ ବିଜେପି କ୍ୟାମ୍ପ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଖୋଲିବେ ବିକାଶର ପେଡି । ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ଅବସରରେ ଅନେକ ସରକାରୀ କାର୍ଯ୍ୟକ୍ରମର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ବୟୋବନ୍ଦନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ଆୟୁଷ୍ମାନ କାର୍ଡ । 

Advertisment


ଅଧିକ ପଢ଼ନ୍ତୁ: କାଲି ଭୁବନେଶ୍ୱରରେ ହାପ୍‌ ଡେ' ଛୁଟି

ମୁଖ୍ୟମନ୍ତ୍ରୀ ଅନ୍ତୋଦ୍ୟୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଦେବେ କାର୍ଯ୍ୟାଦେଶ । ବର୍ଷକରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସକ୍ଷମ ହୋଇଥିବାରୁ ରାଜ୍ୟର ଲକ୍ଷପତି ଦିଦିଙ୍କ ସହ ବି କଥା ହେବେ ପ୍ରଧାନମନ୍ତ୍ରୀ । ୧୨୩ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭଦ୍ରକର ନୂଆ ଜିଲ୍ଲା କାରାଗାରର ଶିଳାନ୍ୟାସ କରିବେ । ୧୦୦ଟି ଇ-ବସର ମଧ୍ୟ କରିବେ ଶୁଭାରମ୍ଭ । ସବୁଠୁ ବଡ କଥା ହେଲା ମୋହନ ସରକାରଙ୍କ ଭିଜନ ଓଡିଶା ୨୦୩୬ ଡକ୍ୟୁମେଣ୍ଟର କରିବେ ଲୋକାର୍ପଣ । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ନକ୍ସା ।

ଏପଟେ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଜନତା ମୈଦାନ । ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି କରିଥିଲେ ପ୍ରସ୍ତୁତିର ସମୀକ୍ଷା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି ସିଏମ୍ ।

Advertisment

ଆସନ୍ତାକାଲି ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରୁ ପ୍ରଥମେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେବେ । କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମୈଦାନ ଯାଏଁ ବିଶାଳ ରୋଡ୍ ଶୋରେ ଆସିବେ ପିଏମ୍ । ରାସ୍ତାରେ ପ୍ରାୟ ୨୮ଟି ସ୍ଥାନରେ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମୋଦିଙ୍କୁ ସ୍ୱାଗତ କରାଯିବ । ୪ଟା ୧୫ରେ ଜନତା ମୈଦାନରେ ପହଞ୍ଚି ଶିଳାନ୍ୟାସ ଏବଂ ଲୋକର୍ପଣ ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । 133 ପ୍ଲାଟୁନ ପୋଲିସ ଫୋର୍ସ ସହ 500ରୁ ଅଧିକ ପୋଲିସ ଅଫିସରଙ୍କ ସହ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ବତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ଆଜି ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ ରିହର୍ସାଲ ମଧ୍ୟ କରାଯାଇଛି ।

ଅଧିକ ପଢ଼ନ୍ତୁ: ଜୁନ୍‌ ୨୦ରେ ଭୁବନେଶ୍ବରରେ ରୋଡ୍‌ ଶୋ’ କରିବେ PM ମୋଦି

PM Modi Modi Odisha Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ