Advertisment

Section 163 Imposed at AIIMS: ଏମ୍ସରେ ଲାଗିଲା ବିଏନଏସ ଧାରା ୧୬୩; ବର୍ଣ୍ଣ ୱାର୍ଡ ହେଲା ନିଷିଦ୍ଧାଞ୍ଚଳ

ଏମ୍ସ ପରିସରରେ ହୋଇପାରିବନି କୌଣସି ଆନ୍ଦୋଳନ କିମ୍ବା ପ୍ରତିବାଦ । ଗତକାଲି ରାତିରେ ଏମ୍ସରେ ଦେଖିବାକୁ ମିଳିଥିଲା ବଳଙ୍ଗା ତାତି। ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି ।

ଅଦ୍ୟତନ ହୋଇଛି
Section 163 Imposed at AIIMS

Section 163 Imposed at AIIMS

Advertisment

ଏମ୍ସରେ ଲାଗିଲା ବିଏନଏସ ଧାରା ୧୬୩ । ବର୍ଣ୍ଣ ୱାର୍ଡ ହେଲା ନିଷିଦ୍ଧାଞ୍ଚଳ । ଏମ୍ସ ପରିସରରେ ହୋଇପାରିବନି କୌଣସି ଆନ୍ଦୋଳନ କିମ୍ବା ପ୍ରତିବାଦ । ଗତକାଲି ରାତିରେ ଏମ୍ସରେ ଦେଖିବାକୁ ମିଳିଥିଲା ବଳଙ୍ଗା ତାତି। ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି । ଗୁରୁତର ଅବସ୍ଥାରେ ନାବାଳିକାର ଚିକିତ୍ସା ଚାଲିଥିବାବେଳେ ବର୍ଣ୍ଣ ୱାର୍ଡ ଆଗରେ ଆନ୍ଦୋଳନରେ ବସିଥିଲେ ବିଜେଡିର ୩୦ରୁ ଅଧିକ ନେତା ଓ କର୍ମୀ । କଂଗ୍ରେସ, ବାମଦଳ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ବି କରିଥିଲେ ପ୍ରତିବାଦ ।

Advertisment

ଏହାର ମଧ୍ୟରେ ବିଜେପି ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ନାରାବାଜି ସହ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି-କଂଗ୍ରେସ । ଫଳରେ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଆନ୍ଦୋଳନକାରୀଙ୍କୁ ହଟାଇବାକୁ ନାକେଦମ୍ ହୋଇଥିଲା ପୋଲିସ । ଶେଷରେ ଏମ୍ସ ପରିସରରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ BNS ଧାରା ୧୬୩ ଲାଗୁ କରାଯାଇଛି । ଡିସିପି ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ସୁରକ୍ଷା ଦୃଷ୍ଟିରୁ ଏମ୍ସ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏପଟେ ଏମ୍ସରେ ଗୁରୁତର ଅବସ୍ଥାରେ ଚାଲିଛି ନାବାଳିକାଙ୍କର ଚିକିତ୍ସା । ତାଙ୍କ ଶରୀରର ପ୍ରାୟ ୭୫ ଭାଗ ପୋଡ଼ିଯାଇଛି। ତାକୁ ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ତାଙ୍କୁ ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି।୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

Advertisment

ଏମ୍ସ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଆସନ୍ତା ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ନାବାଳିକା ଅବଜରଭେସନରେ ରହିବେ। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। AIIMSକୁ ଯାଇ ଗୁରୁତର ଥିବା ଝିଅକୁ ଭେଟିଛନ୍ତି ପରିବାର ଲୋକେ।

AIIMS Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ