Advertisment

ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ ? ଖୁବଶୀଘ୍ର ହେବ ଯାଞ୍ଚ

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ ହେବ ।

ଅଦ୍ୟତନ ହୋଇଛି
Ratna Bhandar Raw: Secret Tunnel Found Inside Jagannath Temple

Ratna Bhandar

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅଛି କି କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ? ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଯାଞ୍ଚ । ଭିତରେ ରହିଥିବା ଖାଲି ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର ପରେ ଗୃହର କାନ୍ଥ ତନଖି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ଏସଓପି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Advertisment

ଅଧିକ ପଢ଼ନ୍ତୁ: କେବେଠୁ ରତ୍ନଭଣ୍ଡାର ମରାମତି ? ସରକାରଙ୍କ ଗ୍ରୀନ୍ ସିଗନାଲ ଅପେକ୍ଷାରେ ASI

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ହେବ ଯାଞ୍ଚ । ସିନ୍ଦୁକ ଓ ଆଲମାରୀ ସମ୍ପୂର୍ଣ୍ଣ ବାହାର କରାଯିବା ପରେ ଏଏସଆଇକୁ ହସ୍ତାନ୍ତର କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Advertisment

ଏଥିସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସୁଡ଼ଙ୍ଗ ଯାଞ୍ଚ ସରିବା ପରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ଏହି କାମ ସରିବା ପରେ ଅଳଙ୍କାର ସବୁକୁ ପୁଣି ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ତାପରେ ରତ୍ନ ଅଳଙ୍କାରର ଗଣତି ଓ ମଣତି କରାଯିବ । ଯାହାର ସମ୍ପୂର୍ଣ୍ଣ ଡିଜିଟାଇଜେସନ କରାଯିବ ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ ।

Puri Jaggannth Temple Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ