Advertisment

ସମୁଦ୍ର ଆଁକୁ ଚାଲିଯିବ କି ଶିଆଳି ? କ'ଣ କହୁଛନ୍ତି ପରିବେଶବିତ୍‌ ?

ଅଶାନ୍ତ ସମୁଦ୍ର, ଉଗ୍ର ଜୁଆର । ଘୁ ଘୁ ଗର୍ଜନ କରି ଅନବରତ ପିଟି ହେଉଛି, କୂଳ ଲଂଘୁଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଶିଆଳି ବେଳାଭୂମିରେ ଦୁଇ ଦିନ ହେଲାଣି ସମୁଦ୍ରର ଏ ଭୀମକାୟ ରୂପ ଦେଖି ଲୋକେ ଛାନିଆ । ଗତକାଲି ଦିନ ସାଢ଼େ ୧୧ଟାବେଳେ ହଠାତ୍ ଏଠି କୂଳ ଲଙ୍ଘି ମାଡ଼ି ଆସିଥିଲା ପାଖାପାଖି ୨୦୦ ମିଟର ଲୁଣା ପାଣି ।

ଅଦ୍ୟତନ ହୋଇଛି
Siali beach

Siali beach

Advertisment

ସମୁଦ୍ର ଆଁକୁ ଚାଲିଯିବ କି ଜଗତସିହଂପୁରର ଟୁରିଜିମ୍ ସ୍ପଟ୍ ଶିଆଳି । ୧୯୯୯ ମହାବାତ୍ୟା ଭଳି ଏରସମା ବ୍ଲକର ଆଖ-ପାଖ ସମୁଦ୍ର କୂଳିଆ ଗାଁକୁ ମାଡ଼ି ଆସିବ କି ଜୁଆର ! ଗତକାଲି ହଠାତ୍ ଏଠି ଅଶାନ୍ତ ସମୁଦ୍ର କୂଳ ଲଙ୍ଘି ପ୍ରାୟ ୨ଶହ ମିଟର ମାଡ଼ି ଆସିବା ପରେ ବଢିଛି ଛନକା । ଜୁଆର ରୋକିବାକୁ ପଥରବନ୍ଧ ନିର୍ମାଣ ଲାଗି ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି। ତେଣେ ଜିଲ୍ଲାପାଳ କହିଛନ୍ତି- ସ୍ଥିତି ସମ୍ପର୍କରେ ଅବଗତ ଅଛୁ । ସେଠି ସ୍ଥାୟୀ ବନ୍ଧ ନିର୍ମାଣ ଲାଗି ହାଇଲେବଲ ଇଞ୍ଜିନିୟରିଂ ଟିମ୍ ସହ ଆଲୋଚନା ହେବ।

Advertisment

ଅଶାନ୍ତ ସମୁଦ୍ର, ଉଗ୍ର ଜୁଆର । ଘୁ ଘୁ ଗର୍ଜନ କରି ଅନବରତ ପିଟି ହେଉଛି, କୂଳ ଲଂଘୁଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଶିଆଳି ବେଳାଭୂମିରେ ଦୁଇ ଦିନ ହେଲାଣି ସମୁଦ୍ରର ଏ ଭୀମକାୟ ରୂପ ଦେଖି ଲୋକେ ଛାନିଆ । ଗତକାଲି ଦିନ ସାଢ଼େ ୧୧ଟାବେଳେ ହଠାତ୍ ଏଠି କୂଳ ଲଙ୍ଘି ମାଡ଼ି ଆସିଥିଲା ପାଖାପାଖି ୨୦୦ ମିଟର ଲୁଣା ପାଣି । ଯାହା ଫଳରେ ବେଳାଭୂମି ନିକଟରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ପାର୍କିଂସ୍ଥଳ ଜଳମଗ୍ନ ହୋଇଛି । ସ୍ଥିତି ଦେଖି ସେଠିକାର ବ୍ୟବସାୟୀମାନେ ବି ପ୍ରମାଦ ଗଣିଛନ୍ତି । ଯେହେତୁ ବଙ୍ଗୋପସାଗରରେ ଏବେ ଲଘୁଚାପ ସକ୍ରିୟ ରହିଛି, ତେଣୁ ସମୁଦ୍ର ଅଧିକ ଅଶାନ୍ତ ହେଲେ- ଏରସମା ବ୍ଲକର ୧୦ରୁ ୧୫ଟି ଉପକୂଳିଆ ଗାଁର ଜନବସତିରେ ପାଣି ପଶିବା ଡରରେ ଲୋକଙ୍କ ନିଦ ହଜିଛି । 

ଅଧିକ ପଢନ୍ତୁ: ଆପଣ ଖାଉଥିବା ପାନ ଦେହ ପାଇଁ ଭଲ ନା ଖରାପ, ଜାଣନ୍ତୁ

ଏକଦା ଶିଆଳି ପର୍ଯ୍ୟଟନସ୍ଥଳୀର ଶୋଭାବର୍ଦ୍ଧନ କରୁଥିବା ଭିୟୁ ଟାୱାରଟି ଅନେକ ଦିନ ତଳୁ ସମୁଦ୍ର ଗର୍ଭକୁ ଚାଲି ଯାଇଥିଲେ ବି ଚେତିନି ପ୍ରଶାସନ। ବିଶେଷକରି ହାୱାଖାନାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ବେଳାଭୂମିରେ ପଥରବନ୍ଧ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ସରକାର ନିଦାବିଷ୍ଣୁ ସାଜିଥିବାରୁ ୧୯୯୯ ମହାବାତ୍ୟା ଭଳି ସ୍ଥିତି ଏଠି ପୁଣି ଉପୁଜିବା ଆଶଙ୍କା କଲେଣି ଅଞ୍ଚଳବାସୀ। ସେପଟେ ଜିଲ୍ଲାପାଳ କହିଛନ୍ତି- ପ୍ରଶାସନ ଏ ନେଇ ଅବଗତ ଅଛି । ସମସ୍ୟାର ସ୍ଥାୟୀ ପ୍ରତିକାର ଉଦ୍ଦେଶ୍ୟରେ ସୁନାମୀ ବନ୍ଧ ନିର୍ମାଣ ପାଇଁ ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ ଠିକ୍ ଭାବେ ତାହା କାର୍ଯ୍ୟକାରୀ ହୋଇନାହିଁ। ଏନେଇ ଏରସମା ବିଡ଼ିଓ ଏବଂ ହାଇଲେବଲ ଇଞ୍ଜିନିୟରିଂ ଟିମ୍ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।

Advertisment

ସମୁଦ୍ର ଆଁରେ ଏବେ ଶିଆଳି ପାଳି, ହେଲେ ତା' ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ହେଉ କି ଗଂଜାମ ଜିଲ୍ଲାର ରମୟାପଟଣା ଭଳି ଅନେକ ଗାଁ ସଲଗ୍ନ ଗର୍ଭରେ ବିଲୀନ ହେବା ସମ୍ପର୍କରେ ଖବର ପ୍ରସାରଣ ହୋଇସାରିଛି । ଏହାସତ୍ତ୍ବେ ନା ଉପକୂଳ ସୁରକ୍ଷାକୁ ଦିଆଯାଉଛି ପ୍ରଧାନ୍ୟ ନା ଖୋଜା ହେଉଛି ଏହା ପଛର କାରଣ । ତେବେ ଏଠି ପ୍ରଶ୍ନ- କାହିଁକି ଉଗ୍ରରୂପ ଧରି କୂଳ ଲଂଘୁଛି ସମୁଦ୍ର ? କେଉଁ କାରଣରୁ ଅଶାନ୍ତ ହୋଇ ଜନବସତିକୁ ପଶୁଛି ? ଧନଜୀବନ ଗ୍ରାସ କରୁଛି ?

ତଥ୍ୟ କହୁଛି ଗଂଜାମରୁ ବାଲେଶ୍ବର ମଧ୍ୟରେ ଉପକୂଳ ଓଡ଼ିଶାର ୭ରୁ ଅଧିକ ଜିଲ୍ଲାକୁ ଅଳ୍ପେ ବହୁତେ ସମୁଦ୍ର ଡରାଉଛି । ଗତ ୧୦ବର୍ଷ ଭିତରେ ଛୋଟ ବଡ଼ କରି ୨୦ରୁ ଅଧିକ ଗାଁ ଲୀନ ହେଲାଣି । ତଥାପି କାହାରି ଚେତା ପଶୁନି। ତେଣେ ପରିବେଶବିତଙ୍କ ମତ- ଏଥିପାଇଁ ଜଳବାୟୁ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତାସହ ଉପକୂଳର ସୁରକ୍ଷା କବଚ ସାଜୁଥିବା ହେନ୍ତାଳବଣ ଦ୍ରୁତଗତିରେ ନଷ୍ଟ ହେଉଛି, କିନ୍ତୁ ସେ ତୁଳନାରେ ନୂଆ ଜଙ୍ଗଲ ସୃଷ୍ଟି ହେଉ ନାହିଁ । ଯେଉଁଠି ସମୁଦ୍ର ଜୁଆର ମାଡୁଛି, ସେଠି ପଥର ବନ୍ଧ ନିର୍ମାଣ ହେଉନି। 

Advertisment

ଏବେ ଦେଖିବାର କଥା ଉପକୂଳିଆ ଗାଁରେ ଅଶାନ୍ତ ସମୁଦ୍ରକୁ ଚେକ୍ ଦେବାକୁ କି ବଡ଼ ପଦକ୍ଷେପ ନେଉଛନ୍ତି ସରକାର ।

ଅଧିକ ପଢନ୍ତୁ: ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାଁ, କ'ଣ ରହିବ ନୂଆ ନାମ?

Sea Beach Odisha Coastal Districts Sea-erosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ