ସ୍କୁଲ-କଲେଜ୍ ଛୁଟି
କାଲିଠୁ ସବୁ ସ୍କୁଲ, କଲେଜ ଛୁଟି । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ସୁରେଶ ପୂଜାରୀ କହିଥିବାବେଳେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ: ଆତଙ୍କୀ ହାମ୍ଲାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ପରିବାର ସହ ବୁଲିବାକୁ ଯାଇଥିଲେ
ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ । ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ ଓ ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି ।
ସେହିପରି ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ । ଆଗକୁ ଯଦି ତାପମାତ୍ରା ହ୍ରାସ ପାଏ, ତାହାଲେ ଖୋଲିବା ଆଦେଶ ଦିଆଯାଇ ପାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745335762.jpg)