Advertisment

Illegal Sand Trafficking Cuttack: କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ, ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି

କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ । ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି। ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବାଲି ମାଫିଆ ।

ମାତିଛନ୍ତି ବାଲିମାଫିଆ

ମାତିଛନ୍ତି ବାଲିମାଫିଆ

Advertisment

କଟକ ସହର ଏବେ ବେଆଇନ ବାଲି ଚାଲାଣର ଚରାଭୂଇଁ ପାଲଟିଛି । ବେଆଇନ ଭାବେ ବାଲିଘାଟରୁ ବାଲି ଉଠିବା ଫଳରେ ନଦୀବନ୍ଧ ପ୍ରତି ବିପଦ ଦେଖାଦେଇଛି । ବାଲିଘାଟ ପାଇଁ ରହିଥିବା ସବୁ ନିୟମକୁ ବେଖାତିର କରି ସହରର ନାକ ତଳେ ଚାଲିଛି ବେଆଇନ ବାଲି ବେପାର ।

Advertisment

ଅଧିକ ପଢ଼ନ୍ତୁ: ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ମନ୍ଦିର ସଂପର୍କରେ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣ

କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ । ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି। ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବାଲି ମାଫିଆ । କଟକ ସହର ଏବେ ବାଲି ମାଫିଆଙ୍କ ଅମରାବତୀ ପାଲଟିଥିବା ଅଭିଯୋଗ ହୋଇଛି। ନଦୀ ପଠାରେ, ଯିଏ ଯେଉଁଠି ପାରିଲା କରୁଛନ୍ତି ବାଲି ଚୋରି । ଯେତିକି ଅଂଚଳ ଲିଜ୍ ମିଳିଛି ତା'ଠାରୁ ଢେର ଅଧିକ ଅଞ୍ଚଳରୁ ହେଉଛି ବାଲି ଉଠାଣ । କଟକ ଘାଟ କୂଳରେ ଥିବା ଶିଳ୍ପପୁରୀବାଲି ଘାଟ । ଏଠୁ ରାତି ସାରା ମେସିନ୍ ଲଗାଇ ବାଲି ବୋହି ନେଉଛନ୍ତି ମାଫିଆ । ବାଲି ଘାଟରେ ମେସିନ ନ ଲଗାଇବାକୁ ସରକାରୀ କଟକଣା କରିଛି । ହେଲେ ରାତିରେ ମେସିନ ଏବଂ ସକାଳ ଲୋକଦେଖାଣିଆ ଲୋକ ଲଗା ଯାଉଛି । ଏପଟେ ଖଣି ବିଭାଗ ନାମକୁ ମାତ୍ର ଜୋରିମାନା କରି ଚୁପ୍ ବସିଥିବା ଅଭିଯୋଗ ହୋଇଛି । ସେପଟେ ମନଇଚ୍ଛା ବାଲି ଚାଲାଣ ଯୋଗୁଁ ନଦୀର ଗତିପଥ ବଦଳୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ଗତ କିଛିଦିନ ତଳେ କଟକ ଗତିରାଉତପାଟଣାରେ ବାଲି ବୋଝେଇ ହାଇଓ୍ବା- ପିସିଆର ଭ୍ୟାନକୁ ଧକ୍କା ଦେବା ଫଳରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ବାଲି ବୋଝେଇ ହାଇଓ୍ବାରେ ବେଆଇନ ବାଲି ଚାଲାଣ ହେଉଥିବା ଜଣାପଡିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା। ରାତିରେ ବିଭିନ୍ନ ବାଲିଘାଟରୁ ଏହିଭଳି ସବୁଦିନେ ବାଲି ବୋଝେଇ ଟ୍ରକ ସବୁ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ତେବେ ଏହି ଘଟଣା ପରେ ସଜାଗ ହେଉଛି କଟକ କମିଶନରେଟ ପୋଲିସ। ବେଆଇନ ବାଲି ଚାଲାଣ ରୋକିବାକୁ ଖଣି ବିଭାଗ ସହ ମିଶି ଚଢ଼ାଉକୁ ଜୋରଦାର କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ବେଆଇନ ବାଲି ଚାଲାଣ ରୋକିବାକୁ ପ୍ରଶାସନ ନିୟମିତ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ବାଲି ଚୋରି ବନ୍ଧ ହେଲେ ନାକେବଳ ରାଜସ୍ବହାନୀରୁ ରକ୍ଷା ହେବ ବରଂ ନଦୀବନ୍ଧ ବି ବିପଦମୁକ୍ତ ରହିବ ।

Advertisment

ଅଧିକ ପଢ଼ନ୍ତୁ: କିଟ୍ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଦାବି କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

Odisha Cuttack Sand Mafia Illegal Sand Mining
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ