Advertisment

ପାଉଁଶ ପ୍ରଦୂଷଣରେ ଘାଣ୍ଟି ହେଉଛି ସମ୍ବଲପୁର-ଝାରସୁଗୁଡ଼ା !

ରାସ୍ତା କଡ଼, ବିଲବାଡ଼ିରେ ଗଦା ହୋଇଛି ପାଉଁଶ । ନିର୍ଦ୍ଧାରିତ ଡମ୍ପିଂ ସ୍ଥାନରେ ପାଉଁଶ ପଡୁନଥିବା ଅଭିଯୋଗ ।

Polution

Polution

Advertisment

ରାସ୍ତା କଡ଼ରେ ପାହାଡ଼ ପରି ଗଦା ହୋଇଛି ପାଉଁଶ। ରାସ୍ତାକଡ଼, ବିଲବାଡ଼ି ଯୁଆଡ଼େ ଚାହିଁବ ଖାଲି ପାଉଁଶ ହିଁ ପାଉଁଶ। ପରିବେଶ ତ ପ୍ରଦୂଷିତ ହେଉଛି ଆଉ ପାଉଁଶ ପବନରେ ଉଡ଼ିବା ଫଳରେ ବାୟୁ ପ୍ରଦୂଷଣ ହେବା ସହ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି ଅସୁବିଧା ହେଉଛି । ସମ୍ବଲପୁର ସହରରେ ଏବେ ଏଭଳି ସ୍ଥିତି। ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଶିଳ୍ପ ସଂସ୍ଥା ସେମାନଙ୍କର ଫ୍ଲାଏଆସ୍ ବା ପାଉଁଶ ଏଣେ ତେଣେ ପକାଇବାରୁ ସୃଷ୍ଟି ହୋଇଛି ଏ ସମସ୍ୟା।

Advertisment

ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଅନେକ ଗାଡ଼ି ସିଜ୍ ମଧ୍ୟ ହୋଇଛି । ମାତ୍ର ସ୍ଥିତିରେ କୌଣସି ସୁଧାର ନଆସିବା ପରେ ଏବେ ପୁଣି ଆକ୍ସନ ମୋଡକୁ ଆସିଛି ପ୍ରଶାସନ। ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ଶିଳ୍ପ ସଂସ୍ଥାର ଉଚ୍ଚ ଉଧିକାରୀମାନଙ୍କୁ ଡାକି ତାଗିଦ କରିଛନ୍ତି ଜିଲ୍ଲାପାଳ।

ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶିଳ୍ପ ସଂସ୍ଥାରୁ ଦୈନିକ ପ୍ରାୟ ୧ ଲକ୍ଷ ଟନ୍ ଫ୍ଲାଏ ଆସ୍ ବାହାରୁଥିବା ବେଳେ ନିର୍ଦ୍ଧାରିତ ଡମ୍ପିଂ ସ୍ଥାନରେ ସେସବୁକୁ ପକାଇବାର ବ୍ୟବସ୍ଥା ରହିଛି। ମାତ୍ର ଶିଳ୍ପ ସଂସ୍ଥାମାନେ ଖର୍ଚ୍ଚ କାଟ ପାଇଁ ନିର୍ଦ୍ଧାରିତ ଡମ୍ପିଂ ସ୍ଥାନରେ ପାଉଁଶ ନପକାଇ ଏଣେ ତେଣେ ପକାଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଏସବୁରେ ରୋକ୍ ଲଗାଇବା ଲାଗି ପାଉଁଶ ପରିବହନ କରୁଥିବା ସବୁ ଗାଡିରେ ଜିପିଏସ ଲଗାଇ ଟ୍ରାକ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Advertisment

ଯଦି କୌଣସି ପରିବହନ ସଂସ୍ଥା ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସଂପୃକ୍ତ ସଂସ୍ଥାକୁ ଶିଳ୍ପ ସଂସ୍ଥାମାନେ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀ ଚେତାଇ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ