Advertisment

ସତ ହେଲା ଆଶଙ୍କା, ଭୋଟ୍ ହାତେଇବାକୁ ଏୟାରଷ୍ଟ୍ରିପକୁ ଦିଆଯାଇଥିଲା ଏୟାରପୋର୍ଟର ରଙ୍ଗ

ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?

undefined

Malkanagir Airport

Advertisment

୯ ଜାନୁଆରୀ ୨୦୨୪। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ତତକାଳୀନ ବିଜେଡି ସରକାର ଦ୍ବାରା ମାଲକାନଗିରିରେ ଉଦଘାଟିତ ହୋଇଥିଲା ବିମାନ ବନ୍ଦର। ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ। ହେଲେ ଏବେ ସୂଚନା ଅଧିକାର ଆଇନ ବଳରେ DGCAଠାରୁ ମିଳିଥିବା ତଥ୍ୟ କହୁଛି, ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପାଖରେ କୌଣସି ଆବେଦନ ହିଁ ହୋଇନି ।

Advertisment

ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ? ସୂଚନା ଅଧିକାର ଆଇନ ବଳରେ DGCAଠାରୁ ମିଳିଥିବା ତଥ୍ୟ କହୁଛି, ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅନୁମତି ହିଁ ନାହିଁ । ଖାଲି ସେତିକି ନୁହେଁ, ମାଲକାନଗିରିରେ ଏୟାରପୋର୍ଟ ପରିଚାଳନା ଉଦ୍ଦେଶ୍ୟରେ ଏରୋଡ୍ରୋମ୍ ଲାଇସେନ୍ସ ଲାଗି ଆବେଦନ ଆସି ନଥିବା ମଧ୍ୟ ସ୍ପଷ୍ଟ କରିଛି DGCA । ପ୍ରଶ୍ନ ଉଠୁଛି, ଗତ ଜାନୁଆରୀ ୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଉଦଘାଟନ ହେଲା ବୋଲି କାହିଁକି ମିଛ କହିଥିଲେ? ଯଦି ବିମାନବନ୍ଦର ଉଦଘାଟନ ହୋଇ ନ ଥିଲା, ଏଥିପାଇଁ ପେପରରେ କାହିଁକି ଦିଆଯାଇଥିଲା ଲମ୍ବା ଲମ୍ବା ବିଜ୍ଞାପନ ? କାହିଁକି କରାଯାଇଥିଲା ମାଳ ମାଳ ପ୍ରଚାର ପ୍ରସାର? ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରିର ନିରୀହ ଜନତାଙ୍କୁ ଭୂଆଁ ବୁଲାଇଥିଲା କି ପୂର୍ବର ବିଜେଡି ସରକାର ?

ଏପଟେ ବିମାନ ସେବା ବିଶେଷଜ୍ଞଙ୍କ ମତ, DGCAର ବିନା ଅନୁମତିରେ ଚାଲିପାରିବନି ବିମାନବନ୍ଦର । ଏୟାରପୋର୍ଟରେ ଯାତ୍ରୀଙ୍କ ଲାଗି ଟିକେଟ୍ କାଉଣ୍ଟର, ଆନୁସଙ୍ଗିକ ବ୍ୟବସ୍ଥା ସହ ସୁରକ୍ଷା ଲାଗି ଚେକ୍ ଇନ୍ ବ୍ୟବସ୍ଥା ରହିବା ଜରୁରୀ । ତେବେ ରାଜ୍ୟରେ ହେଲିକପ୍ଟର ଉଡ଼ାଣ ଉଦ୍ଦେଶ୍ୟରେ ଏୟାରଷ୍ଟ୍ରିପ୍ ସ୍ଥାପନ ପାଇଁ DGCAର ଅନୁମତି ଆବଶ୍ୟକ ନାହିଁ। ତେଣୁ ଏହା ବିମାନବନ୍ଦର ଥିଲା ନା ଏୟାରଷ୍ଟ୍ରିପ୍ ତାକୁ ନେଇ ପୁଣି ଉଠିଛି ପ୍ରଶ୍ନ।

Advertisment

କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, ପୂର୍ବ ସରକାରଙ୍କ ଦ୍ବାରା ସ୍ବଘୋଷିତ ମାଲକାନଗିରି ବିମାନବନ୍ଦର ଭିତରର ବାସ୍ତବ ଚିତ୍ର। ତଥାକଥିତ ବିମାନବନ୍ଦର ଭିତରେ ଚରୁଥିଲେ ଗାଈପଲ । ଟର୍ମିନାଲରେ ବୁଲା କୁକୁରଙ୍କ ମେଳି। ବିମାନବନ୍ଦର ଟର୍ମିନାଲରୁ ରନୱେକୁ ଯାଇଥିବା ରାସ୍ତାରେ ଘାଇ ପଡ଼ିଛି। ପାଚେରୀରୁ ଝରଣା ଭଳି ପାଣି ଝରୁଛି ତ’ ସ୍ଥାନେ ସ୍ଥାନେ ସୃଷ୍ଟି କରୁଛି ପୋଖରୀର ଭ୍ରମ । ଏବେ ଅପେକ୍ଷା ମାଲକାନଗିରିର ଏହି ତଥାକଥିତ ବିମାନ ବନ୍ଦର ଆଗକୁ କେଉଁ ରୂପ ନେଉଛି।

Naveen Patnaik Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ