ପୁରୀରେ ମୋହନ ଭାଗବତ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ

ମନ୍ଦିର ଭିତରେ ଶ୍ରୀଜିଉଙ୍କର ଦର୍ଶନ ସହ ମା' ବିମଳା ଓ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।

Mohan Bhagwat

ପୁରୀରେ ଆରଏସଏସ ସରସଂଘଚାଳକ ଡକ୍ଟର ମୋହନ ଭାଗବତ । ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ବାର ନିକଟରେ ତାଙ୍କୁ ବରିଷ୍ଠ ସେବାୟତମାନେ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ମନ୍ଦିର ଭିତରେ ଶ୍ରୀଜିଉଙ୍କର ଦର୍ଶନ ସହ ମା' ବିମଳା ଓ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।

ସେହିପରି ମୁକ୍ତି ମଣ୍ଡପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ବି ନେଇଥିଲେ ମୋହନ ଭାଗବତ । ଅପରାହ୍ନରେ ସେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଆସନ୍ତାକାଲିଠାରୁ ପୁରୀରେ ସଂଘର ଦୁଇ ଦିନିଆ ପ୍ରାନ୍ତ ସେବା ପ୍ରମୁଖଙ୍କର ବୈଠକ ଅନୁଷ୍ଠିତ ହେବ। ଏଥିରେ ସେ ଯୋଗ ଦେବେ ।

ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭାଗବତ। ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୋହନ । ତେବେ ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ପୁରୀରେ ଅନୁଷ୍ଠିତ ହେଉଥିବା ଅଖିଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖମାନଙ୍କର ବୈଠକରେ ସେ ଯୋଗଦେବେ । ଓଡ଼ିଶା ଗସ୍ତ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ ।