Advertisment

Robbers Loot ₹80 Lakh Worth of Mobiles: ମାତିଛନ୍ତି ଲୁଟେରା; ଲୁଟିନେଲେ ୪ ଶହ ମୋବାଇଲ, ଛାଡିଗଲେ ଚାର୍ଜର!

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାଠୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ମୋବାଇଲ ଦୋକାନରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଲୁଟି ନେଇଛନ୍ତି।

ଅଦ୍ୟତନ ହୋଇଛି
Robbers loot mobiles

Robbers loot mobiles

Advertisment

କାନ୍ଥ କଣା କରି ଦୋକାନରୁ ଲୁଟି ନେଲେ ୮୦ ଲକ୍ଷ ଟଙ୍କା ମୂଲ୍ୟର ୪ଶହରୁ ଅଧିକ ମୋବାଇଲ୍। ଏଭଳି ବଡ ଧରଣର ଲୁଟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବଜାରରେ। ଭଣ୍ଡାରିପୋଖରୀ ଥାନାଠୁ ମାତ୍ର ୨ଶହ ମିଟର ଦୂରରେ ଥିବା ମାଆ ତାରିଣୀ ମୋବାଇଲ ପଏଣ୍ଟ ଦୋକାନରୁ ହୋଇଛି ଲୁଟ୍। ଦୋକାନ ପଛ କାନ୍ଥ କଣା କରି ଦୋକାନରେ ପଶି ପୂରା ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ। ଏ ନେଇ ଥାନାରେ ଅଭିଯୋଗ ହୋଇଛି।

Advertisment

ଦୋକାନରେ ଥିବା ପ୍ରାୟ ୪ଶହଟି ମୋବାଇଲ ଲୁଟ କରିଛନ୍ତି, ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ। ତେବେ ମୋବାଇଲ୍ ଚୋରି କରିବା ପରେ ଡାଟା କେବୁଲ ଓ ମୋବାଇଲ ଖୋଳ ଆଦି ଦୋକାନ ପଛରେ ଫିଙ୍ଗି ଚାଲି ଯାଇଛନ୍ତି ଲୁଟେରା। ଏହାସହ ଦୋକାନରେ ଥିବା ସିସିଟିଭିର ଗୋଟିଏ ହାର୍ଡ ଡିସ୍କ ବି ନେଇ ଯାଇଛନ୍ତି ଲୁଟେରା। ପୋଲିସ ଘଟଣାର ଖୋଳତାଡ ଚଳାଇଥିବା ବେଳେ ଡଗ୍ ସ୍କ୍ବାଡ୍ ବିଲ ମଝିରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିଛି। ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।

ଅଧିକ ପଢନ୍ତୁ: ଝିଅ ନା ନାଗକନ୍ୟା? ସାପକୁ ଆଘାତ ଲାଗିଲେ ଝିଅକୁ ହେଉଛି କଷ୍ଟ!

ଲୁଟର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି, ‘‘ଦୋକାନରେ ପ୍ରାୟ ୪୦୦ରୁ ୪୫୦ ପାଖାପାଖି ମୋବାଇଲ ଥିଲା। ଦୋକାନରେ ବହୁତ ଆଇଫୋନ ଥିଲା। ଦୋକାନରୁ ଚୋରି ହୋଇଥିବା ମୁଁ ଜାଣିନଥିଲି। ପାଖ ଦୋକାନୀ କହିବାରୁ ଜାଣିଲି। ପୂର୍ବରୁ ଅନେକ ଥର ଚୋରି ହୋଇଛି। କିନ୍ତୁ ଚୋରକୁ ଧରିବାରେ ସଫଳ ହୋଇନାହିଁ ପୋଲିସ।’’

Advertisment

ତେବେ ରାସ୍ତାରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପଛପଟେ ଲୁଟେରା ମାତିବା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ

Loot Bhadrak Robbers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ