ରାଉରକେଲାରୁ ଠାବ ହେଲା ଅପମିଶ୍ରିତ ଆଇସକ୍ରିମ୍ ଫ୍ୟାକ୍ଟ୍ରି, ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମ୍ ଜବତ

ଆଜି ମହାନଗର ନିଗମ ଓ ଫୁଡ୍‌ ସେଫ୍ଟି ବିଭାଗ ପକ୍ଷରୁ କମ୍ପାନି ଉପରେ ରେଡ୍ କରାଯାଇଛି । ଏହି ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରୁ ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମକୁ ଜବତ କରାଯାଇଛି ।

Ice Cream Factory

ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍ । ଏହା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ରାଉରକେଲାରୁ ଏକ ଆଇସକ୍ରିମ୍ ଫ୍ୟାକ୍ଟ୍ରି ଉପରେ ରେଡ୍ କରିଛି ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ । ଦୀର୍ଘ ଦିନ ଧରି କମ୍ପାନି ଅପମିଶ୍ରିତ ଆଇସିକ୍ରିମ୍ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଛି । ଏନେଇ ବାରମ୍ବାର ନୋଟିସ୍ ସତ୍ତ୍ବେ କୌଣସି ଜବାବ ଦିଆଯାଇନଥିଲା କିମ୍ବା ପ୍ରକ୍ରିୟାରେ ସୁଧାର ଆସିନଥିଲା । ତା ଛଡ଼ା ଆବଶ୍ୟକ ଲାଇସେନ୍ସ ବି ନଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ତେବେ ଆଜି ମହାନଗର ନିଗମ ଓ ଫୁଡ୍‌ ସେଫ୍ଟି ବିଭାଗ ପକ୍ଷରୁ କମ୍ପାନି ଉପରେ ରେଡ୍ କରାଯାଇଛି । ଏହି ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରୁ ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମକୁ ଜବତ କରାଯାଇଛି ।