Advertisment

ନଦୀ ପାଣି ପାଲଟି ଯାଇଛି ବିଷ ! ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ

ନଦୀ ପାଣି ପାଲଟି ଯାଇଛି ବିଷ। ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। କିଛିଦିନ ତଳେ ଯେଉଁ ନଦୀ ପାଣି ଗ୍ରାମବାସୀଙ୍କ ଜୀବନ ଧାରା ପାଲଟିଥିଲା। ଆଜି ସେଇ ନଦୀକୂଳେ ଛିଡାହେବା ମଧ୍ୟ ମୁସକିଲ ହୋଇପଡିଛି।

ଅଦ୍ୟତନ ହୋଇଛି
Water Pollution

Water Pollution

Advertisment

ନଦୀ ପାଣି ପାଲଟି ଯାଇଛି ବିଷ । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । କିଛିଦିନ ତଳେ ଯେଉଁ ନଦୀ ପାଣି ଗ୍ରାମବାସୀଙ୍କ ଜୀବନ ଧାରା ପାଲଟିଥିଲା। ଆଜି ସେଇ ନଦୀକୂଳେ ଛିଡାହେବା ମଧ୍ୟ ମୁସକିଲ ହୋଇପଡିଛି । ରାଜଗାଙ୍ଗପୁର ଅନ୍ତର୍ଗତ ଲାଇଙ୍ଗ ପଂଚାୟତ ଲାଇଙ୍ଗ ଗ୍ରାମର ଏ କରୁଣ ଦୃଶ୍ୟ । ଏଠାରେ ପ୍ରାୟ ୨୦୦ ପରିବାର ବାସ କରନ୍ତି । ଗ୍ରାମ ପାଖରେ ବହି ଯାଉଥିବା ଏହି ନକଟି ନଦୀ ଉପରେ ସେମାନେ ନିର୍ଭରଶୀଳ । ସ୍ନାନ, ଶୌଚ ହେବାଠୁ ଆରମ୍ଭ କରି ଗୃହ ପାଳିତ ପଶୁଙ୍କ କାମରେ ଏହି ପାଣି ବ୍ୟବହୃତ ହୁଏ । ହେଲେ ଏହି ନଦୀରେ ଡାଲମିଆ ସିମେଣ୍ଟରୁ ନିର୍ଗତ ରାସାୟନିକ ପଦାର୍ଥ ମିଶିବା ଯୋଗୁଁ ବିଷାକ୍ତ ହୋଇଛି ନଦୀପାଣି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

Advertisment

ବିଷାକ୍ତ ପାଣିରେ ସ୍ନାନ କରିବାରୁ ଦେହ ଫଳିଯିବା ସହିତ କୁଣ୍ଡେଇ ହୋଇ ଫୋଟକା ହୋଇଯାଉଛି । ଏପରିକି କିଛିଦିନ ତଳେ ଦଶରୁ ଉର୍ଦ୍ଧ୍ୱ ଲୋକ ଏଥିପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦୂଷିତ ଓ ରାସାୟନିକ ମିଶା ପାଣି ବ୍ୟବହାର ପାଇଁ ଏପରି ହେଉଥିବା ଡାକ୍ତର କହିଛନ୍ତି । ଜୀବନଧାରା ପାଲଟିଥିବା ନଦୀ ପାଣି ବିଷାକ୍ତ ହେବା ଯୋଗୁଁ ନିତ୍ୟ ବ୍ୟବହାର ପାଇଁ ପାଣି କେଉଁଠୁ ଆଣିବେ ବୋଲି ଚିନ୍ତା କଲେଣି ଗ୍ରାମବାସୀ । ଏପଟେ ପ୍ରଶାସନ ସବୁ ଜାଣିଶୁଣି ଚୁପ ରହୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ନଦୀକୁ ବିଷାକ୍ତ ପାଣି ଛାଡ଼ି ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷ ଅଚିନ୍ତା ନିଦରେ ଶୋଇଯାଇଛନ୍ତି । ଏପଟେ ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ଏନେଇ ସେମାନେ ସରପଞ୍ଚ ଅଭିଯୋଗ କରିବା ସହ ପ୍ରଶାସନକୁ ମଧ୍ୟ ଜଣାଇଛନ୍ତି । ତେଣୁ ପ୍ରଶାସନ ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ପ୍ରତିବାଦ ହେବ ବୋଲି ବୋଲି ଚେତାବନୀ ଦେଇଛନ୍ତି ଲୋକେ ।

Advertisment

Water Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ