Advertisment

‘ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନକାର୍ଡ’

ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ଆଉ ଥରେ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
Rich People Gets Ration Cards via BJD Leaders

Ration Card

Advertisment

ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ଅଛନ୍ତି । ଏବେ ସୁଦ୍ଧା ସେମାନଙ୍କୁ ଚିହ୍ନଟ କରାଯାଇଛି । ସରକାର E-KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ ଆପେ ଆପେ କଟିଯିବ । ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment

ସେ କହିଛନ୍ତି, ୬ ଲକ୍ଷ ୧୯ ହଜାର ୮୩୬ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ଆଉ ଥରେ ଆବେଦନ କରିପାରିବେ। ସେହିପରି ଯୋଗାଣ ମନ୍ତ୍ରୀ କହିଛନ୍ତି, ବାପା ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନ୍ କାର୍ଡ ଦେବାକୁ ବ୍ୟବସ୍ଥା କରାଯିବ।

ଅଧିକ ପଢନ୍ତୁ : ବାଃ ବାଃରେ ଆମ ବ୍ୟବସ୍ଥା ! ସଧବା ପାଉଛି ବିଧବା ଭତ୍ତା

ସେହିପରି ତତ୍କାଳୀନ ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ବହୁ ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ରାସନ୍ କାର୍ଡ ହାତେଇଥିବା ସେ କହିଛନ୍ତି । ପୂର୍ବ ସରକାର ସମୟରେ ଡିଲର୍‌ ସବୁ ଖାଇ ଖୋଳ କରିଦେଇଛନ୍ତି । ଯଦି ବର୍ତ୍ତମାନ ସେମିତି କେହି କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଭିଯୋଗ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Advertisment
Odisha Assembly Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ